ଭୁବନେଶ୍ୱର: ଚିନ୍ତା ବଢ଼ାଇଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକି ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ସାବ୍ୟସ୍ତ ହେଉଛି । ତେବେ କଂଗ୍ରେସ ବିଧାୟକମାନେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ଅଭିନବ ପ୍ରତିବାଦ କରିଛନ୍ତି । ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥିବା ସମୟରେ କଂଗ୍ରେସ ବିଧାୟକମାନେ ସାଇକେଲରେ ବିଧାନସଭା ଆସିଥିବା ଦେଖିବାକୁ ମିଳିଛି ।

କଂଗ୍ରେସ ବିଧାୟକ ତାରପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ ଓ ସୁର ରାଉତରାୟ ସାଇକେଲରେ ବିଧାନସଭା ଆସି ପହଞ୍ଚିଛନ୍ତି ।ସୁର ରାଉତରାୟ ସାଇକେଲରେ ବିଧାନସଭା ଆସି ତେଲ ଦର ବିରୋଧରେ ପ୍ରତିବାଦ କରିଛନ୍ତି | ତେବେ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ କମାଇବା ପାଇଁ ଦାବି ଜଣାଇଛନ୍ତି | ଆଜି ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଦର ୮୮ ଟଙ୍କା ୯୫ ପଇସା ହୋଇଛି ।