ନୂଆଦିଲ୍ଲୀ: ଟିକ୍ଟକ୍ ଭିଡ଼ିଓ ସମସ୍ତଙ୍କ ପ୍ରିୟଥିଲା । ଏହି ଆପ ଜରିଆରେ ଅନେକ ଲୁଚି ରହିଥିବା ପ୍ରତିଭା ଦେଖାଯାଉଥିଲେ । ତେବେ ଏଭଳି ଅନେକ ଚାଇନିଜ ଆପକୁ ଭାରତ ସରକାର ବ୍ୟାନ କରି ଦେଇଥିଲେ । ସର୍ଟ ଭିଡିଓ ପାଇଁ ସାରା ଦୁନିଆରେ ନିଜର ଭିନ୍ନ ପରିଚୟ କରିଥିବା ଆପ୍ ଟିକଟକ ପୁଣି ଥରେ ଭାରତକୁ ଫେରିବା ପାଇଁ ପ୍ଲାନିଂ କରୁଛି । କମ୍ପାନୀ ଏହାକୁ ନୁଆ ନାମ ସହିତ ଲଂଚ କରିବାକୁ ଚାହୁଁଛି । କୁହାଯାଉଛି ଯେ, ଏହାକୁ ଏକ ନୂଆ ନାମ ଟିକ୍ ଟକ୍ ସହିତ ଲଂଚ କରାଯାଇପାରେ । କେନ୍ଦ୍ର ସରକାର ଗତବର୍ଷ ରାଷ୍ଟ୍ରୀୟ ସୁରକ୍ଷା କଥା କହି ଟିକ ଟକ ସମେତ ଅନେକ ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।
ଏହାର ପ୍ୟାରେଣ୍ଟ କମ୍ପାନୀ ବାଇଟ ଡାନ୍ସ କଣ୍ଟ୍ରୋଲର ଜେନେରାଲ ଅଫ ପେଟେଣ୍ଟ୍, ଡିଜାଇନ୍ସ ଓ ଟ୍ରେଡ ମାର୍କସରେ ନୂଆ ଟ୍ରେଡ ମାର୍କ ପାଇଁ ଆବେଦନ କରିଛି । ଯାହାପରେ ଅନୁମାନ କରାଯାଉଛି ଯେ, ଟିକଟକ ପୁଣି ଥରେ ଭାରତକୁ ଫେରୁଛି । ଏନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରକାର ଆଧିକାରିକ ଘୋଷଣା କରାଯାଇନାହିଁ ।