ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ୧୦ ସହରରେ ୧୦ ଡିଗ୍ରୀ ତଳେ ରହିଛି ପାରଦ ।ହାଡ଼ଭଙ୍ଗା ଶୀତକୁ ନଜରରେ ରଖି ରାଜ୍ୟର ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆଜି ଜି ଉଦୟଗିରି ଏବଂ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରହିଥିବାବେଳେ ଭୁବନେଶ୍ୱରରେ ତାପମାତ୍ରା ସର୍ବାଧିକ ରହିଛି । ସେପଟେ ବଲାଙ୍ଗୀରରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଥିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟରେ ଜାରି ଶୀତଲହରୀ କାରଣରୁ ଅଧିକ ପରିମାଣରେ ଥଣ୍ଡା ଅନୂଭୁତ ହେବ । ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ପ୍ରକୋପ ବଢ଼ିବ ବୋଲି ସୂଚନା ପ୍ରଦାନ କରିଛି ପାଣିପାଗ ବିଭାଗ ।

ସତର୍କ ସୂଚନା ଜାରି କରାଯାଇଥିବା ରାଜ୍ୟ ଗୁଡିକ ହେଉଛି ସୁନ୍ଦରଗଡ଼,କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ନବରଙ୍ଗପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ,ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତର ଓ ଉତ୍ତର ଉପକୂଳ ଜିଲ୍ଲାରେ ଥଣ୍ଡାର ପ୍ରକୋପ ବଢ଼ିବ। ସେହିପରି କୋରାପୁଟ, ମାଲକାନଗିରି ଭଳି କିଛି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।