Odia News Portal

ଅଙ୍ଗନବାଡ଼ି କର୍ମୀଙ୍କ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

.କୋଭିଡ୍ ଦ୍ୱିତୀୟ ଲହରରୁ ଗାଁକୁ ସୁରକ୍ଷା ଦେବା ସହ ନିଜେ ସୁରକ୍ଷିତ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
. ଟେକ୍ନୋଲୋଜିର ପ୍ରୟୋଗରେ ଯୋଡ଼ିହେଲେ ତୃଣମୂଳ ସ୍ତରର ୭୦ ହଜାର କ୍ଷେତ୍ର କର୍ମଚାରୀ

ଭୁବନେଶ୍ୱର, : କେବଳ ଛୋଟପିଲା ଏବଂ ଗର୍ଭବତୀ ମାଦମାନଙ୍କ ପୋଷଣ ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ନୁହେଁ, କୋଭିଡ୍ ପରିସ୍ଥିତି ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନେ ଅ ।ଗଧାଡ଼ିର ଯୋଦ୍ଧ ଯୋଦ୍ଧ ଭାବେ କାର୍ଯ୍ୟ କରି·ଲିଛନ୍ତି । ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ହେଉ କିମ୍ବା ଗୃହ ପୃଥକବାସ ବା କ୍ୱାରାଣ୍ଟାଇନ୍ ପରିଚାଳନା ହେଉ ସବୁଥିରେ ସେମାନେ ଖୁବ୍ ଭଲ କାମ କରୁଛନ୍ତି । ଅ ।ସନ୍ତା ୨୪ ତାରିଖରୁ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଏବଂ ଗୁରୁତର ରୋଗ ଥିବା ବ୍ୟକ୍ତି ଚିହ୍ନଟ(ସର୍ଭେ) କାର୍ଯ୍ୟ ଅ ।ରମ୍ଭ କରିବେ । ଏଥିରେ ସେମାନେ ନିଶ୍ଚିତ ଭାବେ ସଫଳ ହେବେ ଏବଂ ସେମାନଙ୍କ ମାଧ୍ୟମରେ ଗାଁକୁ ସଂକ୍ରମଣମୁକ୍ତ କରାଯାଇପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅ ।ଜି ରାଜ୍ୟର ୭୦ ହଜାରରୁ ଊ-ର୍ ଅ ।ଇସିଡିଏସ୍ କର୍ମକର୍ତ୍ତାଙ୍କ ପାଇଁ ଅନୁଷ୍ଠିତ ଭର୍ଚୁଅ ।ଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କହିଛନ୍ତି ।


କୋଭିଡ୍ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗର ଅ ।ଗଧାଡ଼ିର କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ଅ ।ସନ୍ତା ୨୪ ତାରିଖରୁ ଅ ।ରମ୍ଭ ହେବାକୁ ଥିବା ଘରକୁ ଘର ସର୍ଭେ ପରିପ୍ରେକ୍ଷୀରେ ଅ ।ୟୋଜିତ ଭର୍ଚୁଅ ।ଲ ଦକ୍ଷତା ବୃଦ୍ଧି ୱେବିନାର୍ରେ ମାନ୍ୟବର ମୁଖ୍ୟମନ୍ତ୍ରୀ କୋଭିଡ୍ ସମୟରେ ଏହି ଅ ।ଗଧାଡ଼ିର କାର୍ଯ୍ୟକର୍ତ୍ତାମାନଙ୍କ କ୍ରମାଗତ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିବା ସହ ଗାଁକୁ ସୁରକ୍ଷା ଦେବା ସହ ନିଜେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ।

ୱେବିନାର୍ରେ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦ୍ବୋଧନ ଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଲେ ଯେ କୋଭିଡ୍ ଦ୍ୱିତୀୟ ଲହରର ଭୟାବହତାକୁ ଦେଖି ପ୍ରତ୍ୟେକ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖିବା ଅ ।ମ ପାଇଁ ସବୁଠାରୁ ବଡ଼ ଅ ।ହ୍ୱାନ । ଏହି ଅ ।ହ୍ୱାନର ମୁକାବିଲା ଦିଗରେ ଅ ।ମର ଅ ।ଇସିଡିଏସ୍ କାର୍ଯ୍ୟକର୍ତ୍ତା ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଗ୍ରାମାଞ୍ଚଳରେ କୋଭିଡ୍ ସଚେତନତା ସୃଷ୍ଟି ସହ ସେମାନେ ନିଜର ଓ ନିଜ ପରିବାରର ସୁରକ୍ଷା ପ୍ରତି ମଧ୍ୟ ଯତ୍ନବାନ ହେବେ ବୋଲି କହିବା ସହ କୋଭିଡ୍ ସଂଗ୍ରାମରେ ପ୍ରାଣ ହରାଇଥିବା ବିଭାଗର କୋଭିଡ୍ ଯୋଞ୍ଚାମାନଙ୍କ ପ୍ରତି ଶ୍ରଞ୍ଚାଞ୍ଜଳି ଅର୍ପଣ କରିଥିଲେ ।

ଏହି ଦକ୍ଷତା ବୃଞ୍ଚି ୱେବିନାର୍ର ଅ ।ଭିମୁଖ୍ୟ ସଂପର୍କରେ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ, କୋଭିଡ୍ର ଦ୍ୱିତୀୟ ଲହର ପରେ ତୃତୀୟ ଲହର ଅ ।ସିବା ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ଏଥିରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି ବୋଲି ଅ ।ଶଙ୍କା କରାଯାଇଛି । ତେଣୁ ଏବେଠାରୁ ଲୋକଙ୍କ ନିକଟରେ କୋଭିଡ୍ ସଂପର୍କରେ ସଠିକ୍ ତଥ୍ୟ ପହଞ୍ଚାଇବା, ରୋଗ ପ୍ରତିରୋଧକ ଶକ୍ତି ବୃଞ୍ଚି ପାଇଁ ଶିଶୁ ଓ ମାଦମାନଙ୍କ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ହେଉଛି ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନଙ୍କ ଗୁରୁଦାୟିତ୍ୱ । ଏହି ଅ ।ଗଧାଡ଼ିର କାର୍ଯ୍ୟକର୍ତ୍ତାମାନେ ଗାଁର ଅ ।ଖି ଓ କାନ ଭଳି ସଜାଗ ରହି ଗାଁକୁ ସୁରକ୍ଷା ପ୍ରଦାନ କରିବାକୁ ଅ ।ହ୍ୱାନ ଦେବା ସହ ପ୍ରମୁଖ ଶାସନ ସଚିବ ସେମାନଙ୍କ ନିରନ୍ତର କର୍ତ୍ତବ୍ୟନିଷ୍ଠାକୁ ଭୂୟସୀ ପ୍ରଶଂସା କରିଥିଲେ ।

ଅ ।ଜିର ଏହି ୱେବିନାରର ବୈଷୟିକ ଅଧିବେଶନରେ ମୁଖ୍ୟତଃ ଘରକୁ ଘର ସର୍ଭେ ସମୟରେ ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନଙ୍କୁ କୋଭିଡ୍ ସଂପର୍କିତ ତିନୋଟି ମୁଖ୍ୟ ପ୍ରସଙ୍ଗ ଯଥା: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସତର୍କତା, ପୁଷ୍ଟିସାଧନ ଏବଂ ଶିଶୁ ସୁରକ୍ଷା ଉପରେ ବିଶେଷଜ୍ଞ ଏବଂ ଯୋଗାଯୋଗ ବିଶାରଦମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାର ନିଦେ୍ର୍ଦଶକ ଅମରେନ୍ଦ୍ରନାଥ ମହାନ୍ତି ଏବଂ ତାଙ୍କ ଟିମ୍ ଦ୍ୱାରା ଘରକୁ ଘର ତିନି ମାସିଅ । ସର୍ଭେ ସମୟରେ କୋଭିଡ୍ ପ୍ରୋଟୋକଲର ଅନୁପାଳନ, ଲକ୍ଷଣଯୁକ୍ତ କୋଭିଡ୍ ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସା, ଗୃହ ପୃଥକବାସର ନିୟମାବଳୀ, ସଙ୍ଗରୋଧ ବ୍ୟବସ୍ଥା, ସଂକ୍ରମଣ ନିୟନ୍ତ୍ରଣ ନିମନ୍ତେ ବିବିଧ ପଦକ୍ଷେପ, କୋଭିଡ୍ ସଂକ୍ରମିତ ଗର୍ଭବତୀ ଓ ପ୍ରସୂତୀ ମାଦ ଓ ଶିଶୁଙ୍କ ଯତ୍ନ, ସ୍ତନ୍ୟପାନ ସମୟରେ ସତର୍କତା, କୋଭିଡ୍ ରୋଗୀଙ୍କ ସାମାଜିକ ବାସନ୍ଦ ନିବାରଣ ଅ ।ଦି ଉପରେ ବିଶଦ ଅ ।ଲୋକପାତ କରିବା ସହ ଅଙ୍ଗନବାଡ଼ି କର୍ମୀମାନେ ସର୍ଭେ ସମୟରେ କିଭଳି ନିଜକୁ ସୁରକ୍ଷିତ ରଖିବେ ସେ ସଂପର୍କରେ ପରାମର୍ଶ ଦେଇଥିଲେ ।

ଗୋଷ୍ଠୀ କ୍ଷେତ୍ରରେ ସଚେତନତା ବୃଞ୍ଚି, ଗାଁ କଲ୍ୟାଣ ସମିତିର ଭୂମିକା, ଗ୍ରାମାଞ୍ଚଳରେ ବିଶୋଧନ, ଅ ।ବଞ୍ଚ ଅଞ୍ଚଳ ପରି·ଳନା, ସାମାଜିକ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ସ୍ଥଗିତ ରଖିବା ଅ ।ଦି ପ୍ରସଙ୍ଗ ଉପରେ ଯୋଗାଯୋଗ ବିଶାରଦମାନେ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ନିଦେ୍ର୍ଦଶକ, ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରୱାଲ ବିଭାଗୀୟ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନରେ ଅ ।ଗଧାଡ଼ି କର୍ମକର୍ତ୍ତାମାନଙ୍କ ଦାୟିତ୍ୱ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ସୂଚନା ଦେବା ସହ ନିୟମିତ ଅଙ୍ଗନବାଡ଼ି ସେବା ଯଥା: ପୁଷ୍ଟିସାଧନ, ହିତାଧିକାରୀମାନଙ୍କୁ ଶୁଖିଲା ରାସନ ବଣ୍ଟନ, କୋଭିଡ୍ ପ୍ରଭାବିତ ଶିଶୁଙ୍କ ଥଇଥାନ, ସମ୍ବେଦନପ୍ରବଣ ବାଳିକାମାନଙ୍କୁ ବାଲ୍ୟବିବାହରୁ ସୁରକ୍ଷା, ଘରୋଇ ହିଂସା ଅ ।ଦିକୁ ପ୍ରତିହତ କରିବା ନିମନ୍ତେ ଯତ୍ନବାନ ହେବାକୁ କହିଥିଲେ । ବିଭାଗୀୟ ଯୁଗ୍ମ ଶାସନ ସଚିବ (ପୁଷ୍ଟିସାଧନ), ୟୁନିସେଫ୍ର ନୁ୍ୟଟ୍ରିସନ୍ ବିଶେଷଜ୍ଞ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର କୋଭିଡ୍ ସମୟରେ ପୁଷ୍ଟିସାଧନ, ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ସଂପର୍କରେ ସଚେତନ କରାଇଥିଲେ ।

ୟୁନିସେଫ୍ ସହାୟତାରେ ଅ ।ୟୋଜିତ ଏହି ୱେବିନାର୍ରେ ଟେକ୍ନୋଲୋଜିର ପ୍ରୟୋଗ ମାଧ୍ୟମରେ ପ୍ରାୟ ୭୦ ହଜାର କ୍ଷେତ୍ର କର୍ମ·ରୀ ଯୋଡ଼ି ହୋଇଥିଲେ । ଜିଲ୍ଲାସ୍ତରରେ କୋଭିଡ୍ ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ଡିଏସ୍ଡବ୍ଲୁଓ, ସିଡ଼ିପିଓ, ସୁପରଭାଇଜର, ପ୍ରୋଗ୍ରାମ ମ୍ୟାନେଜର, ଡିସିପିଓ ଏବଂ ଅଙ୍ଗନବାଡ଼ି କର୍ମୀମାନେ ନିଜ ନିଜ ଜିଲ୍ଲାରୁ ଏହି ୱେବିନାର୍ରେ ସାମିଲ ହୋଇଥିଲେ । ଗୁଗୁଲ ଡକ୍ୟୁମେଣ୍ଟ ଜରିଅ ।ରେ ସମସ୍ତଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା ଏବଂ ବିଶେଷଜ୍ଞମାନେ ଅଂଶଗ୍ରହଣକାରୀମାନଙ୍କ କୋଭିଡ୍ ସମ୍ବନ୍ଧୀୟ ପ୍ରଶ୍ନାବଳୀର ଉତ୍ତର ଦେଇଥିଲେ । ଅ ।ସନ୍ତା ୨୪ ତାରିଖରୁ ଅ ।ରମ୍ଭ ହେବାକୁ ଥିବା ଘରକୁ ଘର ସର୍ଭେ ପୂର୍ବରୁ ଏହି ୱେବିନାର୍ କ୍ଷେତ୍ର କର୍ମ·ରୀମାନଙ୍କ ଦକ୍ଷତା ବୃଞ୍ଚିରେ ଯଥେଷ୍ଟ ସହାୟକ ହେବ ବୋଲି ବିଭାଗ ତରଫରୁ ଅ ।ଶା ପ୍ରକଟ କରାଯାଇଛି ।