ଜୁନ୍ ୨୦ ରେ ଇଟାଲୀ ଗସ୍ତରେ ଯିବେ ମୁଖୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ୍ ରେ ବ୍ୱାଲଡ ଫୁଡ ପ୍ରୋଗ୍ରାମ ଇଡି ଡେଭିଡ ବେସଲେ ଙ୍କୁ ଭେଟିବେ । ଖାଦ୍ୟ ଅଭାବ ରୁ ବଳକା ଖାଦ୍ୟ ବଳକା ରାଜ୍ୟ ସମ୍ପର୍କରେ କହିବେ ମୁଖ୍ୟମନ୍ତ୍ରୀ । ରୋମରେ ଅବସ୍ଥାନ କାଳରେ ଭାଟିକାନ ଯାଇ ପୋପ୍ ଙ୍କୁ ଭେଟିବେ । ୟୁରୋପ ର ବିଭିନ୍ନ ଅଂଚଳରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ମଧ୍ୟ ଭେଟିବେ । ରୋମରୁ ଫେରି ଦୁବାଇରେ ବିଭିନ୍ନ ନିବେଶକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମଧ୍ୟ ପ୍ରାଚ୍ୟରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ମଧ୍ୟ ଭେଟିବେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବ, ୫ଟି ସଚିବ, ଯୋଗାଣ ସଚିବ ଯିବେ । ଶିଳ୍ପ ସଚିବ ଏବଂ ଦିଲ୍ଲୀ ସ୍ଥିତ ଆବାସିକ କମିଶନର ମଧ୍ୟ ସାଥିରେ ଯିବେ ।