Odia News Portal

ସେମିକଣ୍ଡକ୍ଟର କ୍ଷେତ୍ରରେ ୩ ଏମଓୟୁ ସ୍ୱାକ୍ଷରିତ; ରାଜ୍ୟର ବିକାଶକୁ ତ୍ୱରାନ୍ୱତ କରିବ: ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫର୍ ସିଲିକନ୍ -୨୦୨୩ ରାଜ୍ୟରେ ଏକ ଉତ୍ସାହଜନକ ସେମିକଣ୍ଡକ୍ଟର ଇକୋସିଷ୍ଟମ ଗଢ଼ି ତୋଳିିବାରେ ସହାୟକ ହେବ । ଏହା ନୂଆ ଉଦ୍ଭାବନ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ରାଜ୍ୟର ବିକାଶକୁ ତ୍ୱରାନ୍ୱତ କରିବ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗୁରୁବାର ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଆନୁକୁଲ୍ୟରେ ଓଡ଼ିଶା ଫର୍ ସିଲିକନ୍‌-୨୦୨୩ର ସଫଳ ଆୟୋଜନ କରାଯାଇଛି । ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍‌ରେ ପରିଣତ କରିବା କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଅଗ୍ରଣୀ ସଂସ୍ଥା ଅଂଶଗ୍ରହଣ କରିଥିଲେ । ଏହାବ୍ୟତୀତ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଅନେକ ଶିକ୍ଷାବିତ୍ ତଥା ଛାତ୍ରଛାତ୍ରୀ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ସେମିକଣ୍ଡକଫର କ୍ଷେତ୍ରରେ ନୂତନ ଭାଗୀଦାରି ଏବଂ ସହଯୋଗର ପଥ ପ୍ରଶସ୍ତ କରିବା ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଇଣ୍ଡିଆନ୍ ଇଲେକେଫ୍ରାନିକ୍ସ ଓ ସେମିକଣ୍ଡକଫର ଆସୋସିଏସନ୍ (ଆଇଇଏସ୍‌ଏ) ସହ ହୋଇଥିବା ବୁଝାମଣାପତ୍ର ଅନୁଯାୟୀ, ଏହି ସଂଘ ଓଡ଼ିଶା ସରକାରଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିକାଶ ଏବଂ କାର୍ଯ୍ୟକ୍ରମ ଆୟୋଜନ ତଥା ଜ୍ଞାନ-ସାମଗ୍ରୀର ଅବଧାରଣା ସୃଷ୍ଟି ମାଧ୍ୟମରେ ରାଜ୍ୟରେ ସେମିକଣ୍ଡକଫର ଇକୋସିଷ୍ଟମ ପ୍ରୋତ୍ସାହନ କ୍ଷେତ୍ରରେ ସହାୟକ ହେବ ।

ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରମୁଖ ସେମିକଣ୍ଡକଫଟର କମ୍ପାନୀ ଭାବେ ଖ୍ୟାତି ଅର୍ଜନ କରିଥିବା ସିନ୍‌ପ୍‌ସିସ୍ ସହ ସ୍ୱାକ୍ଷରିତ ବୁଝାମଣାପତ୍ରରେ ଓ ଚିପ୍ କାର୍ଯ୍ୟକ୍ରମ, ପ୍ରତିଭା ଓ କର୍ମଶକ୍ତିର ବିକାଶ, ସେମିକଣ୍ଡକଫର ଓ ଭି.ଏଲ୍‌ଏସ୍‌ଆଇ କ୍ଷେତ୍ରରେ ରାଜ୍ୟର ପ୍ରସ୍ତୁତି ଆକଳନ ଏବଂ ରାଜ୍ୟ ଇଞ୍ଜିନିୟରିଂ ଅନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ତଥା ପ୍ଲେସମେଣ୍ଟ ସହାୟତା ଆଦିରେ ସହଯୋଗ କରିବାର ବ୍ୟବସ୍ଥା ରହିଛି । ଦେଶରୁ ଇଲେକଟ୍ରୋନିକ୍ସ ଓ ଆଇଟି, ଆଇଟି ଇଏସ୍ ରପ୍ତାନି ବିକାଶ କାର୍ଯ୍ୟରେ ନିୟୋଜିତ ଇଲେକଟ୍ରୋନିକ୍ସ ଓ କମ୍ପ୍ୟୁଟର ସପ୍ଟେଓ୍‌ରେ ଏକ୍ସପୋର୍ଟ ପ୍ରମୋସନ କାଉନସିଲ (ଇଏସ୍ ସି) ପାଇଁ ରାଜ୍ୟ ସରକାର ଅଫିସ୍ ପରିସର ଯୋଗାଇଦେବାକୁ କାଉନସିଲ ସହିତ ଆଉ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ‘ଓ-ଚିପ୍‌’ ଅଧୀନରେ ସର୍ବଭାରତୀୟ ଡିଜାଇନ୍ ଚ୍ୟାଲେଞ୍ଜ ଇଲେକଟ୍ରୋପ୍ରେନିୟୋର ପାର୍କ, ଭୁବନେଶ୍ୱର ପକ୍ଷରୁ ସଂଗଠିତ କରାଯାଇଥିଲା । ଛାତ୍ରଛାତ୍ରୀ ଗବେଷକ ଓ ଷ୍ଟାର୍ଟଅପ୍‌ମାନେ ସେମାନଙ୍କ ପ୍ରତିଭା, ନୂଆ ଇଲେକଟ୍ରୋନିକ ଉତ୍ପାଦ, ସରକିଟ୍ ଓ ଚିପ୍ ଡିଜାଇନ୍ ଯେପରି ପ୍ରଦର୍ଶନ କରିପାରିବେ ସେଥିପାଇଁ ଏହି ପ୍ରତିଯୋଗିତା ଉଦ୍ଦିଷ୍ଟ । ଅଂଶଗ୍ରହଣକାରୀ ଓ ଶିଳ୍ପ କର୍ମକର୍ତ୍ତାଙ୍କ ସହଯୋଗ ଓ ସମର୍ଥନରେ ସେମାନେ ଏହା କରିପାରିବେ ।

ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ଆଇଇଏସ୍‌ଏ ଓଡ଼ିଶା ଚାପଫର ଓ କ୍ୟାମ୍ପସ୍ କନକେଫ୍ ପ୍ରୋଗ୍ରାମ ଭଳି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ରାଜ୍ୟରେ ନୂଆ ଉଦ୍ଭାବନ, ଦକ୍ଷତା ବିକାଶ ଏବଂ ଶିଳ୍ପ ଶିକ୍ଷା ପରିସର ସହଯୋଗ ସହ ଓଡ଼ିଶାକୁ ସେମିକଣ୍ଡକଫର ଗବେଷଣା ଓ ବିକାଶର କେନ୍ଦ୍ରଭାବେ ପରିଣତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାରେ ବୈଷୟିକ ଇକୋସିଷ୍ଟମର ବିକାଶ ଓ ସେମିକଣ୍ଡକଫର କ୍ଷେତ୍ରରେ ଉପଲବ୍ଧ ସୁଯୋଗ ସମ୍ପର୍କରେ ନିଜର ମୂଲ୍ୟବାନ୍ ମତାମତ ଦେଇଥିଲେ । ଆଇଟି ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ଅଗ୍ରଣୀ ପଦକ୍ଷେପ ନେଇ ଓଡ଼ିଶାକୁ ନିବେଶକ, ଉଦ୍ୟୋଗୀ ଓ ଉଦ୍ଭାବକଙ୍କ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବେ ଉପସ୍ଥାପିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ରହିଛି ।

ସମାରୋହରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଇଲେକେଫ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏବଂ ଇଲେକେଫ୍ରାନିକ୍ସ ଓ ଆଇଟି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମାନସ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଇଣ୍ଡିଆ ଇଲେକେଫ୍ରାନିକ୍ସ ଆଣ୍ଡ ସେମିକଣ୍ଡକଫର ଆସୋସିଏସନ୍ (ଆଇଇଏସ୍‌ଏ)ର ସଭାପତି ତଥା ସିଇଓ, ଆଇଆଇଟି ଭୁବନେଶ୍ୱର, ଆଇଆଇଆଇଟି ଭୁବନେଶ୍ୱର, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭଳି ଶିକ୍ଷାନୁଷ୍ଠାନମାନଙ୍କର ପ୍ରଫେସର ସିନୋନ୍ତିସ୍‌, କାଏନ୍ସ ଟେକ୍ନୋଲୋଜି, ଡି-ମ୍ୟାଟ୍ରିକ୍ସ, ଓଲା, ଆନସିସ୍ ଏବଂ ମେଟାଲ୍ସ ଭଳି କମ୍ପାନୀର ନେତୃଶ୍ରେଣୀୟ କର୍ମକର୍ତ୍ତା ଏବଂ ଇଲେକେଫ୍ରାନିକ୍ସ ସେକଫର ସ୍କିଲ୍ସ କାଉନସିଲ୍ ଅଫ୍ ଇଣ୍ଡିଆ (ଇଏସ୍‌ଏସ୍‌ସିଆଇ) ଭଳି ସଂସ୍ଥାର ବରିଷ୍ଠ ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।