ହିଞ୍ଜିଳିକାଟୁ: ଗଞ୍ଜାମର ହିଞ୍ଜିଳିକାଟୁରେ ଆଜି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ପ୍ରକଳ୍ପର ଉଦଘାଟନ କରିବେ।

ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ହିଞ୍ଜିଳିକାଟୁର ନୂତନ ବସ ଟର୍ମିନାଲ, ବରିଷ୍ଠ ନାଗରିକଙ୍କ ପାଇଁ ଚିତୋ ବିନୋଦନ କେନ୍ଦ୍ର, ପୌର ପରିଷଦ ଅତିଥି ଭବନ, ୧୨ଲକ୍ଷ ବ୍ୟୟରେ ନିର୍ମିତ ବିଜୁ ବାବୁଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି, ଶୀତଳ ଭଣ୍ଡାର, ଆର୍.ଏମ.ସି ମାର୍କେଟ କମ୍ପ୍ଲେକ୍ସକୁ ଉଦଘାଟନ କରିବେ ।ସମସ୍ତ ପ୍ରକଳ୍ପ ପାଇଁ ମୋଟ୍ ୨୮, ୦୦, ୫୭, ୬୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏହାସହ ୧୩କୋଟି ବ୍ୟୟରେ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟ ନୂତନ କୋଠା, ଦେଉଳିବନ୍ଧର ସୌନ୍ଦର୍ଯ୍ୟକରଣ ନୂତନ କୋଠା ଉଦଘାଟନ କରିବାର କାର୍ଯ୍ୟକ୍ରମ ଆଦି ରହିଛି ।କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେସନ୍ସିଂ ମାଧ୍ୟମରେ କୋଟିଆରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।