ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତଳବଣିଆ ହେଲିପ୍ୟାଡରେ ଓହ୍ଲାଇ ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ଯାଇ ପହଞ୍ଚିଛନ୍ତି । କରୋନା ପରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଶ୍ରୀମନ୍ଦିର ପାଇଁ ନ୍ୟାସନାଲ ମନୁମେଣ୍ଟ ଅଥରିଟିଙ୍କ ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ-ଲ ପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।


ତେବେ ଏନେଇ ଟିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଉତ୍ସାହିତ ଥିବା ଟ୍ୱିଟ୍ରେ ଲେଖିଛନ୍ତି ନବୀନ । ସବୁ ସେହି ଲୀଳାମୟ ଜଗନ୍ନାଥଙ୍କ ଇଚ୍ଛା ବୋଲି କହିବା ସହ ଜୟ ଜଗନ୍ନାଥ ବୋଲି କହିଛନ୍ତି ।କୋଭିଡ ପୂର୍ବରୁ ୧୬ ଜାନୁଆରୀ ୨୦୨୦ରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ତାପରଠୁ ମହାପ୍ରଭୁଙ୍କ ଦର୍ଶନ କରିନଥିଲେ । ଆଜି ମହାବାହୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ନବୀନ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି |