କଟକ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏତିହ୍ୟ ନଗରୀ କଟକରେ ଥିବା ନେତାଜୀଙ୍କ ଜନ୍ମସ୍ଥାନରେ ପହଁଚି ମୁଖ୍ୟମନ୍ତ୍ରୀ ଜାନକୀ ଭବନରେ ଥିବା ସୁବାଷ ବୋଷଙ୍କ ଫଟୋରେ ମାଲ୍ୟାର୍ପଣ କରିଛନ୍ତି ।

ନେତାଜୀଙ୍କ ଜନ୍ମସ୍ଥାନ କଟକର ଓଡିଆ ବଜାରସ୍ଥିତ ଜାନକୀନାଥ ଭବନ ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ଉଠିଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କୈଣସି ସାଧାରଣ ବ୍ୟକ୍ତି କିମ୍ବା ନେତାମନ୍ତ୍ରୀଙ୍କୁ ନେତାଜୀ ଭବନକୁ ପ୍ରବେଶ ପାଇଁ ଅନୁମତି ମିଳିନାହିଁ ।

କେବଳ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ପ୍ରବେଶ ଅନୁମତି ମିଳିଛି । ମୁଖ୍ୟମନ୍ତ୍ରୀ ଜାନକୀନାଥ ଭବନରେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇ ପତାକା ଉତ୍ତୋଳନ କରିଛନ୍ତି । ଏଥିସହ ନେତାଜୀଙ୍କ ସଂଗ୍ରହାଳୟ ବୁଲି ତାଙ୍କ ଜୀବନ କାହାଣୀକୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ।