Odia News Portal

ପୁରୀ ପାଇଁ କୋଭିଡ୍ ଗାଇଡଲାଇନରେ ପରିବର୍ତ୍ତନ

 ପୁରୀ ପାଇଁ କୋଭିଡ ଗାଇଡଲାଇନରେ ପରିବର୍ତ୍ତନ ହୋଇଛି। ଶ୍ରୀମନ୍ଦିର ବ୍ୟତୀତ ସମସ୍ତ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନ ସ୍ଥିଳ ଖୋଲିବାକୁ ଅନୁମତି। ପୁରୀ ସହରାଞ୍ଚଳରେସପ୍ତାହାନ୍ତ ସଟଡାଉନ ଲାଗୁ ହେବ।

ନୂଆ ଗାଇଡଲାଇନ ଅନୁସାରେ ଶ୍ରୀମନ୍ଦିର ବ୍ୟତୀତ ସମସ୍ତ ମନ୍ଦିର, ମସଜିଦ୍, ଚର୍ଚ,ପର୍ଯ୍ୟଟନସ୍ତଳୀ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା। ସକାଳ 6ରୁ ରାତି 8ଟା ପର୍ଯ୍ୟନ୍ତ ଖୋଲା ରହିବ। 65 ବର୍ଷରୁ ଅଧିକ ବୟସ୍କ ଓ 10 ବର୍ଷରୁ କମ୍ ପିଲା ଓ ଗର୍ଭବତୀ ମହିଳାଙ୍କ ପାଇଁ କଟକଣା। ସମଗ୍ର ଜିଲ୍ଲାରେ ଏହି କଟକଣା ଲାଗି ରହିବ।

ରାତି 8ଟାରୁ ସକାଳ 6ଟା ପର୍ଯ୍ୟନ୍ତ କେବଳ ନାଇଟକର୍ଫ୍ୟୁ।। ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଓ କୋଭିଡ୍ କଟକଣା ପାଳନକୁ ପ୍ରାଥମିକତା। ଅବମାନନା କଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ। ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।