ନୁଆଦିଲ୍ଲୀ : କରୋନା ରୋଗିଙ୍କ ଚିକିତ୍ସା ପାଇଁ ରେମଡେସିଭିର ଇଞ୍ଜେକ୍ସନ ଜରୁରୀ ହୋଇପଡିଥିବାବେଳେ କେନ୍ଦ୍ର ସରକାର ଏହାର ରପ୍ତାନୀ ଉପରେ ପୁର୍ବରୁ ରୋକ ଲଗାଇ ଥିଲା ବେଳେ ଏହାର କିପରି କଳା ବଜାରି ନହୁଏ ସେଥିପ୍ରତି ମଧ୍ୟ ନିର୍ଦେଶ ରହିଛି । ତେବେ ୧୦୦ ମିଲି ଗ୍ରମ୍ ରେମଡେସିଭିର ଇଞ୍ଜେକ୍ସନର ମୁଲ୍ୟ ୩୦୦୦ ରୁ ଆରମ୍ଭ ହୋଇ ୬୦୦୦ ପର୍ଯ୍ୟନ୍ତ ରହିଥିଲା ବେଳେ କେନ୍ଦ୍ର ସରକାର ଏଥିରେ ହସ୍ଥେକ୍ଷପ କରିବା ପରେ ଆଜି ରେମଡେସିଭିର ଇଞ୍ଜେକ୍ସନ ପ୍ରସ୍ତୁତ କାରୀ କମ୍ପାନି ମାନେ ଏହାର ମୁଳ୍ୟରେ ହ୍ରାସ କରିଛନ୍ତି ।
କାଡିଲା ହେଲ୍ଥ୍ କେୟାର ଲିମିଟେଡ (ରେମ୍ଡାକ୍) ୨୮୦୦ ରୁ ୮୯୯ ଟଙ୍କା, ବାୟୋକନ୍ ବାୟୋଲଜିକ୍ ଈଣ୍ଡିଆ ( ରେମ୍ୱ ିନ୍) ୩୯୫୦ ରୁ ୨୪୫୦ ଟଙ୍କା, ଡ. ଲାବୋରତାରିସ୍ ଲିମିଟେଡ ( ରେଡିକ୍ସ) ୫୪୦୦ ରୁ ୨୭୦୦ ଟଙ୍କା, କିପଲା ଲିମିଟେଡ (କିପ୍ରିମି) ୪୦୦୦ ରୁ ୩୦୦୦ ଟଙ୍କା, ମ୍ୟାଲାନ୍ ଫାର୍ମାକ୍ୟୁଟିକାଲସ୍ ( ଡିସ୍ରମ୍) ୪୮୦୦ରୁ ୩୪୦୦, ଜୁବିଲାଣ୍ଟ ( ଜୁବି-ଆର) ୪୭୦୦ ରୁ ୩୪୦୦, ହେଟେରୋ ହେଲ୍ଥ୍ କେୟାର ( କୋଭିଫୋର) ୫୪୦୦ ରୁ ୩୪୯୦ । ସରକାରଙ୍କ ତରଫରୁ ଏହି ପ୍ରୟାସ କୋରୋନା ମୁକାବିଲାରେ କିଛିମାତ୍ରାରେ ସାଧାରଣ ଲୋକଙ୍କୁ ତ୍ରାହି ଆଣି ଦେବ ।