Odia News Portal

ସିସିଟିଭିରେ କଏଦ ହେଲା ପୋଲିସ ବାବୁଙ୍କ ଦବଙ୍ଗଗିରି

ଭୁବନେଶ୍ୱର: ମାନବିକତା ଭୁଲିଗଲେ ପୋଲିସ ବାବୁ । ନାବାଳକ ଚାଦୋକାନୀଙ୍କୁ ଗୋଇଠା ପରେ ଗୋଇଠା ଥୋଇ ପକାଇଲେ । ଏତିକିରେ ମନ ବୁଝିଲାନି ଯେ ଓମଫେଡ ଦୋକାନରୁ ବ୍ୟାଗରେ ସାମଗ୍ରୀ ବୋହିନେଲ । ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହା କୌଣସି ଉପାନ୍ତ ଅଞ୍ଚଳର ଖବର ନୁହେିଁ । ରାଜଧାନୀ ଉପକଣ୍ଠ କେସୁରା ଅଞ୍ଚଳରେ ବରଗଡ଼ ପୋଲିସ ଜଣେ ନାବାଳକ ଚା ଦୋକାନୀଙ୍କୁ ମାଡ଼ ମାରିଥିବାର ଅଭିଯୋଗ ହୋଇଛି ।

ସୂଚନା ଥାଉକି, ଗତ ୨୯ ତାରିଖରେ ଲକଡାଉନ ସମୟରେ ଚା ଦୋକାନ ଖୋଲିଥିବା ନାବାଳକ ଉପରେ ପୋଲିସ ବାବୁ ଜୁଲମ ଦେଖାଇଥିଲେ । ମାଡ଼ ମାରିବା ସହ ଖରାପ ଭାଷାରେ ମଧ୍ୟ ଗାଳି ଗୁଲଜ କରିଥିବା କହିଛନ୍ତି ଦୋକାନୀ । ତେବେ ପୋଲିସର ,ଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି । ଅନ୍ୟକୁ ଦଣ୍ଡ ଦେଉଥିବା ପୋଲିସ ବାବୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସାଧାରଣରେ ଦାବି କରାଯାଇଛି ।