ଭାରତପୁର(ରାଜସ୍ଥାନ) : ଡାକ୍ତର ଦମ୍ପତ୍ତିଙ୍କୁ ନିର୍ମମ ହତ୍ୟା । ବିଚ୍ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ହତ୍ୟା । ସିସିଟିଭିରେ କଏଦ ମର୍ଡର ଲାଇଭ । ରାଜସ୍ଥାନର ଭାରତପୁରର ନଜର ଆସିଛି ଛାତି ଥରାଇଲା ଭଳି ଦୃଶ୍ୟ । ବିଚ୍ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଡାକ୍ତର ଦମ୍ପତ୍ତିଙ୍କୁ ନିର୍ମମ ହତ୍ୟା କରି ଫେରାର୍ ହୋଇଯାଉଛନ୍ତି । ଶୁକ୍ରବାର ଅପରାହ୍ନରେ ଡାକ୍ତର ସୁଦୀପ ଗୁପ୍ତା ଏବଂ ପତ୍ନୀ ସୀମା ଗୁପ୍ତା ରାସ୍ତାରେ କାରରେ ଯାଉଥିବା ବେଳେ ଦୁଇଜଣ ଯୁବକ ବାଇକ ନେଇ ଆସି ଗାଡି ଆଗରେ ରଖିଦେଇଥିଲେ ।
ଏହା ଦେଖିବା ପରେ ଡାକ୍ତର ଦମ୍ପତ୍ତି ଗାଡିଟିକୁ ସ୍ଲୋ କରିଦେଇଥିଲେେ । ତେବେ ହଠାତ୍ ଜଣେ ଯୁବକ ମୁହଁରେ ଗାମୁଛା ବାନ୍ଧି ଆସି ତାଙ୍କ ଅଣ୍ଟାରୁ ବନ୍ଧୁକ କାଢି ଡାକ୍ତରଙ୍କ ଉପରକୁ ଗୁଳି ଚଳାଇଥିଲେ । ଡାକ୍ତରଙ୍କ ମୁଣ୍ଡରେ ଗୁଳିବାଜିବାରୁ ସେ ସେଠାରେ ହିଁ ଟିଳିପଡିଥିଲେ । ପରେ ତାଙ୍କ ପତ୍ନୀଙ୍କୁ ୪ ରାଉଣ୍ଡ ଗୁଳିକରି ମାରିଥିଲେ ଏହି ଯୁବକ୍ ଜଣଙ୍କ । ଭରତପୁରର ନିମଡା ଗେଟ୍ ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡର ଦୃଶ୍ୟ ଟ୍ରାଫିକ୍ କ୍ୟାମେରା କଏଦ କରିଥିଲା ।
ସୂଚନା ଯୋଗ୍ୟ ଯେ, ୨୦୧୯ ରେ ୨୫ ବର୍ଷ ବୟସ୍କା ମହିଳା ଦୀପା ଦେବୀ ଏବଂ ତାଙ୍କ ୬ ବର୍ଷର ପୁଅର ହତ୍ୟା ମାମଲାରେ ଏହି ଦମ୍ପତିଙ୍କୁ ଗିରଫ କରାଯାଇଥିଲା । ପରେ ଏମାନେ ଜାମିନରେ ଆସିଥିଲେ । ଏହା ପରେ ମହିଳାଙ୍କ ଡାକ୍ତରଙ୍କ ଡାକ୍ତର ସୁଦୀପଙ୍କ ସହ ସମ୍ପର୍କ ଥିବା ପୋଲିସ କହିଛି । ପ୍ରଥମେ ଡାକ୍ତର ସୀମାଙ୍କୁ ଡବଲ ମର୍ଡର ଘଟଣାରେ ଗିରଫ କରାଯାଇଥିଲା ।
ରେ ଷଡଯନ୍ତ୍ର ସଂପର୍କରେ ପୋଲିସ ଡାକ୍ତର ସୁଦୀପଙ୍କୁ ମଧ୍ୟ ଗିରଫ କରିଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଦମ୍ପତିଙ୍କ ହତ୍ୟା ମହିଳା ଏବଂ ତାଙ୍କ ଶିଶୁର ହତ୍ୟା ସହ ଜଡିତ ଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ପୋଲିସ ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରୁଛି, ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବେ ।