ଜଗତସିଂହପୁର: ପୁଣି କିଛି ଅସାଜିକ ବ୍ୟକ୍ତି ସାମ୍ବାଦିକ ଭଳି ପବିତ୍ର ଶବ୍ଧରେ ଲଗାଇଛନ୍ତି କଳଙ୍କ । ଖବର ପରିବେଶଣ କରିବାର ଧମକ ଏବଂ ଚାକିରୀ ଦେବାର ପ୍ରଲୋଭନ ଦେଖାଇ ଠକୁଥିଲେ । ଲୋକଙ୍କୁ ଠକୁଥିବା ଅଭିଯୋଗ ଆସିଛି ୩ ଜଣ ସାମ୍ବାଦିକଙ୍କ ନାଁରେ । ପାରାଦୀପ ଓ କୁଜଙ୍ଗର କିଛି ସାମ୍ବାଦିକ ପାରାଦୀପର ପ୍ରମୁଖ ଶିଳ୍ପାନୁଷ୍ଠାନ ଗୁଡିକରୁ ଟଙ୍କା ଆଦାୟ କରିବା ଏବଂ ନିଯୁକ୍ତି ଦେବା ନାଁରେ ବେକାର ଯୁବକ/ଯୁବତୀଙ୍କୁ ଶୋଷଣ କରିବା ଅଭିଯୋଗ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟରେ ପହଞ୍ଚିବା ପରେ ଏବେ ତଦନ୍ତ ଆରମ୍ଭ ହୋଇଛି । ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଜିଏ(ଭିଜିଲାନ୍ସ) ବିଭାଗକୁ ନିର୍ଦ୍ଦେଶ ଦେଇଥିବାବେଳେ ଜଗତସିଂହପୁର ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରା ତିନି ସାମ୍ବାଦିକଙ୍କୁ ୨୧ ତାରିଖରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତିନିଜଣ ସାମ୍ବାଦିକ ହେଲେ ଜ୍ଞାନେଜୟ ମହାନ୍ତି, ଦୁଷ୍ମନ୍ତ ମାଝୀ ଓ ପ୍ରତିନିଧି ବିଭୁତି ଦାସ। ପ୍ରତିଷ୍ଠିତ ଖବର କାଗଜରେ ଦୁଇଜଣ କାମ କରୁଥିବା ବେଳେ ଜ୍ଞାନେଜୟ ମହାନ୍ତି ଏକ ସ୍ୟାଟେଲାଇଟ୍ ଚ୍ୟାନେଲରେ କାମ କରୁଛନ୍ତି । ଏମାନେ ପାରାଦ୍ଵୀପ ର ବିଭିନ୍ନ କମ୍ପାନୀରୁ ଜୋର ଜବରଦସ୍ତି ଟଙ୍କା ଆଦାୟ କରିବା , ଏବଂ ନିଯୁକ୍ତି ଦେବା ନାମରେ ବେକାର ଯୁବକ ଯୁବତୀ ମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ନୋଟିସ ପାଇବା ପରେ ସଂପ୍ରୁକ୍ତ ସାମ୍ବାଦିକମାନେ ଶିଳ୍ପାନୁଷ୍ଠାନ ମାନଙ୍କରେ ପହଁଚି ଘଟଣାର ରଫାଦଫା କରିବାପାଇଁ ପ୍ରୟାସ ଜାରି ରଖିଛନ୍ତି । ଅଭିଯୁକ୍ତ ସାମ୍ବାଦିକମାନେ ୨୧ ତାରିଖରେ ଜଗତସିଂହପୁର ଇଊଗ ଙ୍କ ଚାମ୍ବରରେ ହାଜର ହେବାପାଇଁ ନୋଟିସ୍ ହୋଇଥିବାବେଳେ, ୨୨ ତାରିଖରେ ପାରାଦ୍ଵୀପ ପୋର୍ଟ, ପିପିଏଲ ସାର କାରଖାନା, ଇଫକୋ ସାର କାରଖାନା, ପାରାଦ୍ଵୀପ ତୈଳ ବିଶୋଧନାଗାର, ଆଦାନୀ ଓ୍ବେଲମାର , ଆର୍ସେଲର-ନିପ୍ପନ ଓ କାର୍ବନ କମ୍ପାନୀ କର୍ତ୍ତୃପକ୍ଷ ମାନେ ହାଜର ହେବେ ବୋଲି ନୋଟିସ୍ ହୋଇଛି । ସେହିପରି ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିବା ଅଭିଯୋଗକାରିଣୀ ୨୩ ତାରିଖରେ ହାଜର ହୋଇ ନିଜର ପକ୍ଷ ରଖିବେ। ତେବେ ଗଣମାଧ୍ୟମ ର ମୁଖା ପିନ୍ଧି ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ପ୍ରୟାସ କରିବା ବଦଳରେ ସେମାନଙ୍କୁ ଶୋଷଣ କରିବା ଏବଂ କମ୍ପାନୀ ଗୁଡ଼ିକରୁ ଦାଦାବଟି ଆଦାୟ କରିବା ନିରିହ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଶୋଷଣ କରିବା ଘଟଣା ଦିର୍ଘ ଦିନ ଧରି ପାରାଦ୍ଵୀପ ରେ ଚାଲିଆସୁଥିବା ଅଭିଯୋଗ ହେଉଥିଲା । ମାତ୍ର ତିନି ସାମ୍ବାଦିକ ଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ଜିଲ୍ଲାରେ ପ୍ରଥମ ଘଟଣା। ଏହି ତିନିଜଣ ମୁଖାପିନ୍ଧା ସାମ୍ବାଦିକ ଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।