ଜଳାଭାବ ସମୟରେ ଭାଙ୍ଗିଗଲା କେନାଲ
.ଜଳମଗ୍ନ ହେଲା ବହୁ ଗ୍ରାମ
,.ଉଜୁଡିଗଲା ବହୁ ଚାଷୀଙ୍କ ଫସଲ
. କ୍ଷତିପୂରଣ ଦାବିକଲେ ଅଞ୍ଚଳବାସୀ
ମାଲକାନଗିରି : ନିମ୍ନ ମାନର କାମ ଯାଗୁଁ ଆଜି ପୋଟରୁ ଜଳସେଚନ ବିଭାଗର ତାମସା ମୁଖ୍ୟ କେନାଲ ଭାଙ୍ଗିଯାଇଥିବା ନେଇ ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲାର ଏମଭି-୭ ନମ୍ବର ଗ୍ରାମ ଠାରୁ ପ୍ରାୟ 5 କିଲୋମିଟର ଦୂର mpv 2 ନମ୍ବର ଗାଁ ନିକଟରେ ଥିବା ତାମସା ମୁଖ୍ୟ କେନାଲ ଭାଙ୍ଗିଯାଇଛି ।ଯାହା ଫଳରେ ଏମପିଭି-୨ ଗାଁ ସହ ଆଖ ପାଖ ପାଖ ଗ୍ରାମର ଶହ ଶହ ଏକର ଚାଷ ଜମିରେ ପାଣି ପ୍ରବେଶ କରିଛି। ଉକ୍ତ ଜମି ଗୁଡିକରେ ଚାଷ ହୋଇଥିବା ଧାନ, ବାଦାମ ଓ ଅନ୍ୟାନ୍ୟ ପନିପରିବା ସମ୍ପୂର୍ଣ ଭାବେ ନଷ୍ଟ ହେବା ସହ ନିକଟରେ ପୋଖରୀରେ ହୋଇଥିବା ମାଛ ଚାଷ ମଧ୍ୟ ନଷ୍ଟ ହୋଇଯାଇଛି। ଏମପିଭି-୨ ଗାଁରେ ପାଣି ପଶିଯିବାରୁ ଗ୍ରାମଟି ଜଳମଗ୍ନ ହେବାସହ ଅନେକଙ୍କ ଘରେ ମଧ୍ୟ ପାଣି ପସି ବହୁ ଅସବାବ ପତ୍ର ନଷ୍ଟ ହୋଇଯାଇଛି।ବର୍ତ୍ତମାନ ସୁଦ୍ଧା ବି ପାଣିର ପ୍ରଖରତା କମି ନଥିବାରୁ ତଳିଆ ଗାଁ ଗୁଡିକର ଲୋକେ ଚିନ୍ତାରେ ପଡିଯାଇଛନ୍ତି।

ଏମପି ଭି-୨ ଗ୍ରାମର ଅନେକ ପରିବାର ଆସବାବପତ୍ର ଧରି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ରିପୋର୍ଟ ଲେଖାଯିବା ସୂଚନା ପାଇବାର ଦୀର୍ଘ ଘଣ୍ଟା ପରେ ଜଳସେଚନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସେଠାରେ ପହଞ୍ଚି ଥିବା ଗ୍ରାମବାସୀ କହିଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଏ ନେଇ ସେଭଳି କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ। ଯାହା ଫଳରେ ଗତ କାଲି ରାତି ରେ ଏହି ଅଞ୍ଚଳବାସୀ ବିପଦସଂକୁଳ ଅବସ୍ଥାରେ ଓ ଭୟରେ ବହୁ କଷ୍ଟରେ ରାତ୍ରି ଯାପନ କରିଛନ୍ତି ।

ସୂଚନା ଥାଉକି ପୋଟରୁ ଜଳସେଚନ ବିଭାଗ ପକ୍ଷରୁ ତମସା ଓ ଗୋମ୍ଫାକୋଣ୍ଡା ମେନ ଓ ସବ କେନାଲ ଗୁଡିକର ରକ୍ଷଣା ଦେକ୍ଷଣ ଓ ମରାମତି ପାଇଁ ସରକଙ୍କ ପକ୍ଷରୁ ପୋଟେରୁ ଜଳସେଚନା ବିଭାଗ ଦ୍ଵାରା କୋଟି କୋଟି ଟଙ୍କା ଖର୍ଚ କରାଯାଉଛି ।ହେଲେ ଏହାକୁ ପରିଚାଳନା କରୁଥିବା ବିଭାଗୀୟ ଅଧିକାରୀ ଙ୍କ ଅପାରଗତା ଓ ଦାଇତ୍ୱ ଶୂନ୍ୟତା ଏବଂ ହେଉଥିବା ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏପରି ବାରମ୍ବାର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

କେନାଲର ମରାମତି ଏବଂ ତଦାରଖ ପାଇଁ ବିଭାଗୀୟ ଅଧିକାରୀ ମନେ ନିଯୁକ୍ତି ପାଇଥିବା ବେଳେ କିପରି ଏହାକୁ ଅଣଦେଖା କଲେ ବୋଲି ପ୍ରଶ୍ନ କରିଛନ୍ତି କିଛି କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ତେବେ ଏହି ଘଟଣାର ଉଚସ୍ତରୀୟ ତଦନ୍ତ କରି ନିଜ ଦାୟିତ୍ବରେ ଅବହେଳା କରିଥିବା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଏ ସମ୍ପର୍କରେ ଉକ୍ତ ତମସା କେନାଲ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀଲଳିତ ମୋହନ ବେହେରାଙ୍କୁ ପଚାରିବାରୁସେ କହିଲେ ଯେ ସେଠାରେ କେନାଲରୁପାଣି ଲିକ ହେବ ସମ୍ପର୍କରେ ଗ୍ରାମବାସୀ ଅପରାହ୍ନ ପ୍ରାୟ 3 ଟା ସମୟରେ ଜଣାଇଥିଲେ ।ଅପରାହ୍ନ 4 ଟା ସମୟରେବ୍ୟରେଜ ର ଗେଟ ବନ୍ଦ କରାଯାଇଥିଲା ।ବର୍ତମାନ ଆମ୍ଭେ ମାନେ ଘଟଣା ସ୍ଥଳକୁ ଯାଉଛୁ ବୋଲି କହିଛନ୍ତି ।ତେବେ କେନାଲ ଭାଙ୍ଗିବା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଓ କ୍ଷତିଗ୍ରସ୍ତ ଘର ମଳିକଙ୍କର ହୋଇଥିବା କ୍ଷୟକ୍ଷତି ର ଆକଳନ କରିସମସ୍ତଙ୍କୁ କ୍ଷତିପୂରଣ ଦେବା ପାଇଁ ଅଞ୍ଚଳବାସୀ ପ୍ରଦାସନ ନିକଟରେ ଆକୁଳ ନିବେଦନ କରିଛନ୍ତି ।