ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ଚାରିଛକ ମେଡିକାଲ ଛକ ନିକଟରୁ ଅଶୋକ କୁମାର ସେଠି(୨୪)ଙ୍କୁ ଗିରଫ କରି ତାଙ୍କ ଠାରୁ ୯୮ଗ୍ରାମ ହେରୋଇନ(ବ୍ରାଉନ ସୁଗାର) ଜବତ କରିଥିଲେ।ଏ ନେଇ ନିମାପଡା ଅବକାରୀ ଥାନା କେସ ନଂ୧୨୦/୨୩ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରେ ନିମାପଡା ଉପକାରାଗାରକୁ ପଠାଇ ଦିଆଯାଇଛି।ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୯ଲକ୍ଷ ୮୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।ଏହି ଚଢ଼ାଉରେ ଅବକାରୀ ଏ.ଏସ.ଆଇ ଜିତେନ୍ଦ୍ର ବେହେରା ଏବଂ ଅବକାରୀ କର୍ମଚାରୀ ଡଲିମଣୀ ବେହେରା, ଆଶିଷ କୁମାର ପ୍ରଧାନ,ସେକ ୱାରିସ, ମାନସ ନାଏକ,ବିଶ୍ୱଜିତ ମହାପାତ୍ର ଓ ତପନ ପ୍ରଧାନ ପ୍ରମୁଖ ସାମିଲ ଥିଲେ।