Odia News Portal

ବୋଦ୍ଧସ୍ତୂପ ଖନନରୁ ପଦ୍ମପାଣି ବୋଧିସତ୍ତ୍ୱଙ୍କ ଭଗ୍ନ ବିଗ୍ରହ ଓ ।ବୁଦ୍ଧମସ୍ତକ ଆବିଷ୍କୃତ ହୋଇଛି।

ଲଳିତଗିରି-ରତ୍ନଗିରି-ଉଦୟଗିରି ହୀରକ ତ୍ରିଭୁଜ ଅନ୍ତର୍ଗତ ଶୁଖୁଆପଡ଼ା ପାହାଡ଼ର ପାରାଭାଡ଼ି ବୋଦ୍ଧସ୍ତୂପ ଖନନରୁ ପଦ୍ମପାଣି ବୋଧିସତ୍ତ୍ୱଙ୍କ ଭଗ୍ନ ବିଗ୍ରହ ଓ ମାଟିପାତ୍ରରେ ଥିବା ବୁଦ୍ଧମସ୍ତକ ଆବିଷ୍କୃତ ହୋଇଛି।

ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପୁରୀ ସର୍କଲ ଅଧୀନରେ ଏହି ବିଧିବଦ୍ଧ ଖନନ ଫେବ୍ରୁଆରି ୧୪ ତାରିଖରୁ ଆରମ୍ଭ ହୋଇଛି। ଖନନ ସମୟରେ ଖଣ୍ଡୋଲାଇଟ ପଥରରେ ଗଢ଼ା ହୋଇଥିବା ସାଢ଼େ ୪ ମିଟର ଉଚ୍ଚତା ବିଶିଷ୍ଟ ଏହି ବିଶାଳ ବୌଦ୍ଧସ୍ତୂପର ଭଗ୍ନ ରୂପରେଖ ଲୋକଲୋଚନକୁ ଆସିଛି। ସ୍ତୂପର ନିମ୍ନଭାଗ ବର୍ଗାକାର ପ୍ରାୟ ୧୮ ମିଟର ରହିଛି। ଉପରିଭାଗ ବୃତ୍ତାକାର ଥିବାବେଳେ ଏହା ସମୁଦ୍ର ପତ୍ତନଠାରୁ ୧୩୭ ମିଟର ଉଚ୍ଚରେ ରହିଛି। ଖଣ୍ଡୋଲାଇଟ ପଥରର ଆକାର ୨ ଫୁଟରେ ୨ ଫୁଟ ଏବଂ ୩ ଫୁଟରେ ୨ ଫୁଟ ରହିଛି।