ଗଞ୍ଜାମ: ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଘରେ ବୋମା ମାଡ଼ । କିଛି ଦୁର୍ବୁତ୍ତ ତାଙ୍କ ଘରେ ପଶି ଭଙ୍ଗା ରୁଜା କରିବା ସହ ବୋମା ମାଡ଼ କରିଛନ୍ତି । ଖଲ୍ଲିକୋଟ ନିର୍ମଳଝର ନିକଟ ଭଡ଼ାଘରେ ଭଙ୍ଗାରୁଜା କରିଛନ୍ତି ଦୁର୍ବୁତ୍ତ । ତେବେ ଘରେ କେହି ନଥିବା ବେଳେ ପଶି ଭଙ୍ଗା ରୁଜା କରିଛନ୍ତି । ଘରେ ଲାଗିଥିବା କାଚ ଓ ଦୁଇଟି ବାଇକ ବାଡେଇ ଭାଙ୍ଗି ଦେଇଛନ୍ତି । ବାଇକକୁ ଖଣ୍ଡାରେ ହାଣି ଟିକଟିକ କରି ଦେଇଛନ୍ତି । ସେପଟେ ନିଜ ଗାଁ କେଶପୁର ପାଟଣାସାହିରେ ସମର୍ଥକଙ୍କୁ ବୋମା ମାଡ଼ କରାଯାଇଛି । ବିଧାୟକଙ୍କ ସମର୍ଥକଙ୍କ ଉପରେ ବୋମା ମାଡ଼ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ୪ଜଣଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଏହି ବୋମା ମାଡ଼ ହୋଇଥିବା ଅନୁମାନ କରାଯାଉଛି ।