ବଲାଙ୍ଗୀର: ରାଜ୍ୟ ଶିକ୍ଷା ବିଭାଗ ତରଫରୁ ଚଳିତ ବର୍ଷ +୩ ରେ ନାମଲେଖା ପାଇଁ ଆବେଦନ ସମୟସୀମାକୁ ନୂଆଖାଇ ଦିନ ମଧ୍ୟ ରଖାଯାଇଛି। ଯେହେତୁ ନୂଆଖାଇ ଆମ ପଶ୍ଚିମଓଡ଼ିଶା ଗଣପର୍ବ ଏବଂ ଏହିଦିନ ଆବେଦନ ନିମନ୍ତେ ଛାତ୍ରଛାତ୍ରୀ ମାନେ ପହଞ୍ଚିବା ଅସମ୍ଭବ ପ୍ରାୟ, ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଆବେଦନ ସମୟସୀମା କୁ ବୃଦ୍ଧି କରିବା ନିତାନ୍ତ ଆବଶ୍ୟକ।
ନୂଆଖାଇ ସମଗ୍ର ପଶ୍ଚିମ ଓଡିଶା ଗଣପର୍ବ ଏବଂ ଏହିଦିନ ନାମଲେଖା ଥିବା ଜାଣିବା ପରେ ଅନେକ ମହଲରୁ କ୍ଷୋଭ ପ୍ରକାଶ ପାଇଛି। ଏହା ସରକାରଙ୍କର ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ କୁ ଇଙ୍ଗିତ କରୁଛି।
ତେଣୁ ଆଜି ସେପ୍ଟେମ୍ବର ୩,୨୦୨୧ ତାରିଖରେ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ(WOYM) ବଲାଙ୍ଗୀର ତରଫରୁ ମାନନୀୟ ଶିକ୍ଷା ମନ୍ତ୍ରୀ ଏବଂ ସଚିବ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରୀ ଙ୍କୁ ପ୍ରଦାନ କରାଗଲା।
ଯୁବା ମଞ୍ଚର ସଦସ୍ୟ ଥବିର କର୍ମୀ, ଅଭିଷେକ ଦାଶ, ଖଗେଶ୍ୱର ପଧାନ, ଗଣେଷ ପଧାନ, ଅବିନାଶ ଦାଶ, ରମ୍ୟ ସାହୁ, ରିକୁନ୍ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଠିକ୍ ଏହିପରି ଭାବରେ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ଯୁବା ମଞ୍ଚର ସଦସ୍ୟଙ୍କ ଦ୍ୱାରା ଜିଲ୍ଲାପାଳ ମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।