Odia News Portal

ଭିନ୍ନକ୍ଷମଙ୍କୁ ବିଏମସିର ଡୋର୍ ସର୍ଭିସ

ଭୁବନେଶ୍ୱର : ବୟସ୍କଙ୍କ ପରି ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ଭୁବନେଶ୍ୱର ମହାନଗର ନଗମ(ବିଏମସି) । ଚାଲିପାରୁନଥିବା ଭିନ୍ନକ୍ଷମମାନେ କରୋନା ଟେଷ୍ଟ କରିବାକୁ ·ହିଁଲେ ୧୯୨୯ରେ ଫୋନ୍ କରିବେ । ତା’ପରେ ବିଏମସିର ମେଡିକାଲ୍ ଟିମ୍ ଘରକୁ ଯାଇ ନମୂନା ସଂଗ୍ରହ କରିବେ । ଏନେଇ ବିଏମସି କମିଶନର ସଞ୍ଜୟ ସିଂ କହିଛନ୍ତି । ପୂର୍ବରୁ କେବଳ ବୟସ୍କ ଓ ଗର୍ଭବତୀଙ୍କ ଘରକୁ ଯାଇ ସାମ୍ପଲ ଅଣାଯାଉଥିଲା ।ଏହାଛଡ଼ା ବୟସ୍କ ଲୋକଙ୍କୁ ଗାଡ଼ିରେ ନେଇ ଟିକା ଦେଇ ଘରେ ଛଡ଼ାଯାଉଥିଲା । ଅ ।ସନ୍ତା କାଲିଠାରୁ ଭିନ୍ନକ୍ଷମଙ୍କୁ ନିଜ ଘରେ ଏହି ସୁବିଧା ଯୋଗାଇ ଦିଅ ।ଯିବ ବୋଲି କମିଶନର କହିଛନ୍ତି ।

କମିଶନର ଶ୍ରୀ ସିଂ କହିଛନ୍ତି-ରାଜଧାନୀରେ ବିଭିନ୍ନ ହାଉସିଂ ସୋଶାଇଟିକୁ ସୁରକ୍ଷିତ ରଖିବାର ବ୍ୟବସ୍ଥା କରାଯାଉଛି । ସେଥିପାଇଁ ମାସ୍ ଟେଷ୍ଟିଂ କରାଯାଉଛି । ଯଦି କୌଣସି ହାଉସିଂ ସୋଶାଇଟି ମାସ୍ ଟେଷ୍ଟିଂ କରିବାକୁ ·ହୁଁଛନ୍ତି, ତାହାହେଲେ ସେମାନେ ଜୋନାଲ୍ ଡେପୁଟି କମିଶନରଙ୍କୁ ସୂଚନା ଦେଇପାରିବେ କିମ୍ୱା ୧୯୨୯ରେ ଫୋନ୍ କରିପାରିବେ । ଏହା ପରେ ଯାଇ ସେଠାରେ ମାସ୍ ଟେଷ୍ଟିଂ କରାଯିବ ।

ସେ ଅ ।ହୁରି କହିଛନ୍ତି-ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣର ଆମ୍ବୁଲାନ୍ସ ରହିଛି । ପ୍ରତି ଜୋନରେ ୧୦ଟି ଲେଖାଏଁ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ଅତି କମ୍ ସମୟରେ ଯେପରି ଲୋକଙ୍କ ପାଖରେ ପହଞ୍ଚି ପାରିବେ, ସେଥିପାଇଁ ପ୍ରତି ଜୋନ୍ରେ ପର୍ଯ୍ୟାପ୍ତ ପରିମାଣର ଆମ୍ବୁଲାନ୍ସ ରଖାଯାଇଛ । ଶ୍ରୀ ସିଂ କହିଛନ୍ତି-ଜରୁରୀ ନଥିଲେ ଘରୁ ବାହାରନ୍ତୁ ନାହ । ଯଦି ବାହାରିଲେ ମାସ୍କ ପିନ୍ଧନ୍ତୁ ।ଯଥା ସମ୍ଭବ ଭିଡଠାରୁ ଦୂରେଇ ରୁହନ୍ତୁ । ସାମାଜିକ ଦୂରତା ବଜାୟ ରଖନ୍ତୁ । ବାରମ୍ୱାର ହାତ ଧୋଅନ୍ତୁ । ଜରୁରୀ ନଥିଲେ ଘରୁ ବାହାରନ୍ତୁ ନାହିଁ । ଯଦି ବାହାରିଲେ ମାସ୍କ ପିନ୍ଧନ୍ତୁ ।