Odia News Portal

ରାଜଧାନୀବାସୀଙ୍କୁ ମିଳିବ ସ୍ମାର୍ଟ ଆଡ୍ରେସ୍‌

ଭୁବନେଶ୍ୱର:ରାଜଧାନୀବାସୀଙ୍କୁ ମିଳିବ ଡିଜିଟାଲ୍ ଡୋର୍ ନମ୍ବର|ରାଜଧାନୀବାସୀଙ୍କୁ ସ୍ମାର୍ଟ ଆଡ୍ରେସ୍‌ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛି ବିଏମ୍‌ସି । ଏଥିପାଇଁ ଗତକାଲିଠାରୁ ପରୀକ୍ଷାମୂଳକ ଭାବେ ଡିଜିଟାଲ୍‌ ଡୋର୍‌ ନମ୍ବରିଂ ସର୍ଭେ କାମ ଆରମ୍ଭ ହୋଇ ଯାଇଛି । ସାଧାରଣତଃ ଘର ଠିକଣା ଲେଖିବା ବେଳେ ଲେନ୍ ନମ୍ବର, ଲ୍ୟାଣ୍ଡ ମାର୍କ, ପ୍ଲଟ୍ ନମ୍ବର ଲେଖିବାକୁ ପଡ଼ିଥାଏ । କିନ୍ତୁ ଏହି ବ୍ୟବସ୍ଥା ଦ୍ୱାରା କେବଳ ଅଞ୍ଚଳର କୋଡ୍, ଘର ନମ୍ବର ଏହାସହ ଷ୍ଟ୍ରିଟ୍ ନମ୍ବର ଲେଖା ରହିବ । ବିଏମ୍‌ସି ପକ୍ଷରୁ ଦିଆଯିବାକୁ ଥିବା କାର୍ଡରେ ବାରକୋଡ୍ ମଧ୍ୟ ରହିବ।

https://twitter.com/bmcbbsr/status/1356286879465754625

ଫେବୃଆରୀ ୧୩ରୁ ରାଜଧାନୀରେ ଡିଜିଟାଲ୍ ଡୋର୍ ନମ୍ବର ପାଇଁ ସର୍ଭେ କରାଯିବ । ପ୍ରାୟ ୩ ମାସ ପର୍ଯ୍ୟନ୍ତ ଏହି ସର୍ଭେ କରିବାକୁ ଲକ୍ଷ୍ୟ ରଖିଛି ବିଏମ୍‌ସି । ତେବେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଅଧା ରାଜଧାନୀକୁ ଏଥିସହ ଯୋଡ଼ା ଯିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ତେବେ ଏନେଇ ଘର ମାଲିକଙ୍କ ପାଖରୁ ନାଁ, ନମ୍ବର, ଷ୍ଟ୍ରିଟ ନମ୍ବର, ପିନ୍‌ କୋର୍ଡ, ଆଧାର ନମ୍ବର ଆଦି ସଂଗ୍ରହ କରୁଛନ୍ତି ବିଏମ୍‌ସି କର୍ମଚାରୀ । ଏହାପରେ ବିଏମ୍‌ସି ପକ୍ଷରୁ ୧୩ ଟିକିଆ ନମ୍ବର ସେମାନଙ୍କୁ ଦିଆଯାଉଛି। ପ୍ରତି ୱାର୍ଡ ପାଇଁ ସ୍ୱତନ୍ତ୍ର ନମ୍ବର ରହିଛି । ଗୁଗଲ ସହ ଏହି ନମ୍ବରକୁ ଲିଙ୍କ କରାଯିବ। ତେବେ ଏହା ଆଧାର କାର୍ଡ ଭଳି କାମ କରିବ। ଆଉ ଠିକଣା ଖୋଜିବାକୁ ପିନ୍‌ କୋଡ, ପୋଷ୍ଟ ଅଫିସ ନାମ ଦରକାର ପଡ଼ିବ ନାହିଁ।