ଭୁବନେଶ୍ୱର: ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧରି ବଢିବାରେ ଲାଗିଛି | ତେଣୁ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ଦୃଢ ପଦକ୍ଷେପ ନେଉଛନ୍ତି । କରୋନା ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯାଉଛି । ଆଗକୁ ଦୋଳ ଓ ହୋଲି ଆସୁଥିବାରୁ ଭୁବନେଶ୍ୱର ମହାନଗର ନିଗମ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଏସଆରସିଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍ ପାଳନ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
ତେବେ ଭୁବନେଶ୍ୱର ମହାନଗର ନିଗମ ପାଇଁ ଜାରି ମାର୍ଗଦର୍ଶିକା ଅନୁଯାୟୀ, ଦୋଳ ଓ ହୋଲି ପାଇଁ ଅଲଗା ଅଲଗା ନିୟମ ରହିବ | ସର୍ବସାଧାରଣରେ ହୋଲି ଖେଳ ହୋଇ ପାରିବ ନାହିଁ | ସମସ୍ତେ ନିଜ ନିଜ ଘରେ ହୋଲି ଖେଳିପାରିବେ | ଦୋଳ ଯାତ୍ରାରେ ପ୍ରତି ବିମାନରେ ମାତ୍ର ୫ ଜଣ ସଦସ୍ୟ ରହିବେ | ଦୋଳ ମେଳଣରେ ସର୍ବାଧିକ ୫୦ରୁ ୬୦ ଜଣ ଲୋକ ଏକାଠି ହୋଇ ପାରିବେ | ଦୋଳ ମେଳଣ ଉତ୍ସବ ପାଇଁ ଆୟୋଜକଙ୍କୁ ସ୍ୱତନ୍ତ୍ର ଭାବେ ଆବେଦନ କରି ଅନୁମତି ନେବେ | ରଙ୍ଗ ଦୋକାନ ଖୋଲିବାରେ କୌଣସି କଟକଣା ନାହିଁ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି |ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସତର୍କତାର ଆବଶ୍ୟକତା ରହିଛି । ଉଭୟ କଟକ ଓ ଭୁବନେଶ୍ୱରରେ ଅଧିକ ଆକ୍ରନ୍ତ ଚିହ୍ନଟ ହେଉଛନ୍ତି । ତେଣୁ ସାବଧାନତା ଓ ସତର୍କତା ଅବଲମ୍ବନ କରିବାକୁ ଏସଆରସି ଓ ବିଏମସି କମିଶନର କହିଛନ୍ତି ।