ଭୁବନେଶ୍ୱର: ରାଜଧାନୀରେ ଚଳିତ ବର୍ଷ ଜିରୋ ନାଇଟ୍ ସେଲିବ୍ରେସନ୍ ମନା । ଏନେଇ ନିର୍ଦ୍ଦେଶନାମା ଜାରିକଲା ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ । କୋଭିଡ୍ କଟକଣା ଯୋଗୁଁ ଏଥର ଡିସେମ୍ବର ୩୧ରେ କୌଣସି ହୋଟେଲ, କ୍ଲବ୍, ରେ ସେଲିବ୍ରେସନ ହୋଇପାରିବନି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଘରେ ରହି ସେଲିବ୍ରେସନ୍ କରିବାକୁ ପରାମର୍ଶ ଦିଆଯାଇଛି ।
ପୂର୍ବରୁ କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ କୁ ଦୃଷ୍ଟିରେ ରଖି ସିକ୍ୟୁରିଟି ବ୍ୟବସ୍ଥା କଡାକଡି କରାଯିବ ବୋଲି ସୂଚନା ଦିଆଯାଇଥିଲା ।କିନ୍ତୁ ଆଜି ନୂଆ ସୂଚନା ମିଳିବା ପରେ ରାଜଧାନୀରେ ସେଲିବ୍ରେସନ୍ କୁ ଦୃଷ୍ଟିରେ ରଖି ନିୟୋଜିତ ହେବେ କମିଶନରେଟ୍ ପୋଲିସର ୧୨ଟି ସ୍ପେଶାଲ ଟିମ୍ । ହୋଟେଲ କିମ୍ବା ପବରେ ଭିଡ଼ ଜମାଇଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ଏହା ବ୍ୟତୀତ ବ୍ଲକିଂ ଓ ଚେକିଂକୁ ମଧ୍ୟ ବ୍ୟାପକ କରାଯିବ । ଛକ ଛକରେ ଚେକିଂ ସାଙ୍ଗକୁ ହେବ ବ୍ଲକିଂ । ମଦୁଆଙ୍କୁ ଧରିବ ବ୍ରେଥ୍ ଆନାଲାଇଜର ।
ବ୍ରିଟେନରେ କୋଭିଡର ଦ୍ୱିତୀୟ ସଂକ୍ରମଣ ଦେଖାଯିବା ପରେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ରାଜଧାନୀର ବିଭିନ୍ନ ପର୍ଯ୍ୟଟନସ୍ଥଳ, ପାର୍କ, ମାର୍କେଟ, ମଲ୍, ହୋଟେଲରେ ଜନଗହଳି ବଢ଼ିଛି । ଯାହାକୁ ନେଇ କମିଶନରେଟ୍ ପୋଲିସର ଚିନ୍ତା ବଢ଼ିଛି । ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟକୁ ସରକାର ଅନୁମତି ଦେଇନାହାଁନ୍ତି । ଅନ୍ୟପଟେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପ୍ରସ୍ତୁତ ରହିଛି କମିଶନରେଟ୍ ପୋଲିସ । ସହର ଉପକଣ୍ଠରେ ଯେଭଳି ଭୋଜିଭାତ ଓ ପିକନିକ୍ ନହୁଏ ସେ ଉପରେ ନଜର ରଖାଯିବ । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।