ଜୟପୁର : ଦେଶର ଅନେକ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ଲାଗାତର ବଢ଼ିବାରେ ଲାଗିଛି। ରାଜ୍ୟରେ ସଂକ୍ରମଣ ମାମଲାକୁ ଦେଖି ରାଜସ୍ଥାନ ସରକାର ବ୍ଲାକ୍ ଫଙ୍ଗସ୍କୁ ମହାମାରୀ ଘୋଷଣା କରିଛନ୍ତି। ହରିୟାଣା ସରକାର ଏହାକୁ ନେଇ ଆବଶ୍ୟକୀୟ ପଦକ୍ଷେପ ପାଇଁ ନିର୍ଦଶ ଦେଇଥିବା ଜଣାପଡ଼ିଛି।
ବ୍ଲାକ୍ ଫଙ୍ଗସ ଏକ ଗମ୍ଭୀର ଏବଂ ଦୁର୍ଲଭ ଫଙ୍ଗାଲ ସଂକ୍ରମଣ। ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ, କର୍ଣ୍ଣାଟକରେ ବ୍ଲାକ୍ ଫଙ୍ଗସ ସଂକ୍ରମିତଙ୍କ ସଂଖ୍ୟା ଲାଗାତାର ବୃଦ୍ଧି ପାଉଛି। ରାଜସ୍ଥାନ ମହାମାରୀ ଅଧିନିୟମ ୨୦୨୦ ଧାରା ୩ର ସହପାଠିତ ଧାରା ୪ରେ ମ୍ୟୁକରମାକୋସିସ (ବ୍ଲାକ ଫଙ୍ଗସ୍)କୁ ସମ୍ପୂର୍ଣ୍ଣ ରାଜ୍ୟରେ ମହାମାରୀ ସରକାର ଘୋଷଣା କରିଛନ୍ତି। ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟରେ କରୋନାରୁ ସୁସ୍ଥ ହେବା ପରେ ଲୋକେ ବ୍ଲାକ ଫଙ୍ଗସ୍ରେ ଶିକାର ହେବାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଚିନ୍ତା ପ୍ରକଟ କରିଛନ୍ତି।
କରୋନାରୁ ସୁସ୍ଥ ହେବା ପରେ ବିଶେଷ କରି ମଧୁମେହ ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ୍ ପ୍ରଭାବିତ କରୁଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି। ରାଜସ୍ଥାନରେ ୧୦୦ ରୋଗୀ ବ୍ଲାକ ଫଙ୍ଗସରେ ଶିକାର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା କରିବାକୁ ଜୟପୁରର ମାନସିଂହ ହସ୍ପିଟାଲରେ ଭିନ୍ନ ଓ୍ବାର୍ଡ କରାଯାଇଛି । ତେବେ ବ୍ଲାକ୍ ଫଙ୍ଗସ ଏବେ ଦିଲ୍ଲୀରେ ଆତଙ୍କ ଖେଳାଇଛି। ଦିଲ୍ଲୀରେ ବିଭିନ୍ନ ହସ୍ପିଟାଲରେ ୪୦ ଉର୍ଦ୍ଧ୍ବ ରୋଗୀ ଭର୍ତ୍ତି ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।