କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ବିଜେପି ପକ୍ଷରୁ ଦାବି ପତ୍ର
*ଧାମରା ବନ୍ଦର ଅଧିକାରୀଙ୍କୁ ଜିଲ୍ଲା ବିଜେପି ଉପସଭାପତି ପକ୍ଷରୁ ଦାବୀ ପତ୍ର ପ୍ରଦାନ।
ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏକ ଶହ ଶଯ୍ଯା ବିଶିଷ୍ଠ କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ବିଜେପି ଜିଲ୍ଲା ଉପସଭାପତି ଉଦୟ ନାରାୟଣ ମଲ୍ଲିକ ଧାମରା ବନ୍ଦର କର୍ତ୍ତୁପକ୍ଷକୁ ପତ୍ର ଲେଖି ଜଣାଇଛନ୍ତି।ବାସୁଦେବପୁର ନିର୍ବାଚନ ମଣ୍ଡଳୀର ୩୬ ଗୋଟି ପଞ୍ଚାୟତ ସହ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ୮ଗୋଟି ପଞ୍ଚାୟତ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି।
ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇପାରୁନଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭେଣ୍ଟିଲେଟର ଓ ଅକ୍ସିଜେନ ସୁବିଧା ସହ ଏକଶହ ଶଯ୍ୟା ବିଶିଷ୍ଠ କୋଭିଡ ହସପିଟାଲ ତତ୍କାଳ ଖୋଲାଯିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ସଂଖ୍ୟା କମ ଥିବାରୁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ପତ୍ରରେ ଉଲ୍ଲେଖ ରହିଛି । ସାଧାରଣ ଜନତା ସ୍ୱାସ୍ଥ୍ୟଗତ ସମସ୍ୟାକୁ ନଜରରେ ରଖି ବିଜେପି ପକ୍ଷରୁ ଏପରି ଉଦ୍ୟମକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।