କଟକ: ମାହାଙ୍ଗା ବିଜେପି ନେତା ହତ୍ୟା ମାମଲାର ଡିଆଇଜି ସ୍ତରୀୟ ତଦନ୍ତ ହେବ । ଏନେଇ ଡିଜିପି ପ୍ରତିଶ୍ରୁତି ଦେଇଥିବା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଢ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ବିଜେପିର ଏକ ପ୍ରତିନିଧିମଣ୍ଡଳୀ ପୁଲିସ ଡିଜିଙ୍କ ସହ ଆଲୋଚନା କରିଥିଲେ । ତିନି ଘଣ୍ଟାର ଆଲୋଚନା ପରେ ବି କୌଣସି ସକରାତ୍ମକ ନିଷ୍କର୍ସ ବାହାରିପାରି ନଥିବା ସେ କହିଛନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏଫଆଇଆରରେ ଥିବା ୧୩ ଜଣଙ୍କୁ ଇଣ୍ଟୋରୋଗେଟ୍ ବା ପଚରାଉଚୁରା କରିବା ପାଇଁ ଦାବି କରିଥିଲା ବିଜେପି । ତେବେ ଏନେଇ ପୁଲିସ ତରଫରୁ ସନ୍ତୋଷଜନକ ଉତ୍ତର ମିଳିନଥିବା ବିଜେପି କହିଛି । ତେବେ ୧୦ ଦିନ ଭିତରେ ତଦନ୍ତ ସାରିବାକୁ ଡିଜିପି ପ୍ରତିଶ୍ରୁତି ଦେଇଥିବା ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ସେପଟେ ପୁଲିସ ପ୍ରଶାସନ ସହ ବିଜେପି ପ୍ରତିନିଧିମଣ୍ଡଳୀ ଆଲୋଚନା କରୁଥିବା ବେଳେ ଡିଜିପି ଅଫିସ ବାହାରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ପୁଲିସ କର୍ମୀଙ୍କ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।