ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟ୍ । ବର୍ଷେ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ବିଜେପି ସାଂସଦମାନେ ଅଭିଯୋଗ କରିଥିଲେ ।
ଆମେ ତଦନ୍ତକୁ ପୂର୍ଣ୍ଣ ସ୍ୱାଗତ କରୁଛୁ, ସେମାନେ ଚୁପ୍ କାହିଁକି ବୋଲି ପ୍ରଣବ ପ୍ରକାଶ ଦାସ ବଡ ପ୍ରଶ୍ନ କରିଛନ୍ତି । କିଏ ସେମାନଙ୍କୁ ଅଟକାଉଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ । ଅନିୟମିତତା ଆଳରେ ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚିତ କରାଯାଉଛି । ବିଜେପିର ହୀନ ରାଜନୈତିକ ଅଭିସନ୍ଧି ପ୍ରମାଣିତ ହୋଇଛି ବୋଲି ବିଜେଡି ସାଂଗଠନିକ ସମ୍ପାଦକ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ।