ଭୁବନେଶ୍ୱର: ଅହେତୁକ ଦରଦାମ ବୃଦ୍ଧିକୁ ନେଇ ଆଜି ବିଜେଡି ପକ୍ଷରୁ ରାଜଧାନୀରେ ଏକ ପ୍ରତିବାଦ ସଭା ଆୟୋିତ ହୋଇଥିଲା । ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ପାର୍ଟି ଅଫିସରୁ ଏକ ସାଇକେଲ ରାଲିରେ ବାହାରି ରାଜ ଭବନ ନିକଟରେ ପହଞ୍ଚିଥିଲେ । ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିପକ୍ଷରେ ନାରା ଦେଇ ରାଜଧାନରେ ଗର୍ଜିଥିଲେ କର୍ମୀ ।

ତେବେ ଏହି ରାଲିରେ ବିଜେଡିର ବହୁ ବରିଷ୍ଠ ନେତା ତଥା, ଅଶୋକଚନ୍ଦ୍ର ପଣ୍ଡା,ଶଶୀଭୂଷଣ ବେହେରା, ପ୍ରଣବ ବଳବନ୍ତାରାୟ,ଅରବିନ୍ଦ ଢ଼ାଲି, ପ୍ରବଣପ୍ରକାଶ ଦାସ, ବ୍ୟବକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ, ପ୍ରତାପ ଦେବ,ସ୍ନେହାଙ୍ଗିନୀ ଛୁରିଆ,ସୁବାଷ ଚନ୍ଦ୍ର ପାତ୍ର ରୁଦ୍ର ମହାରଥୀ, ଅନନ୍ତନାରାୟଣ ଜେନାଙ୍କ ଭଳି ବହୁ ନେତୃ ମଣ୍ଡଳୀ ଯୋଗ ଦେଇଥିଲେ । ମହିଳାମାନେ ଭିନ୍ନ ଢ଼ଙ୍ଗରେ ଚୁଲିରେ ରୋଷେଇ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଥିଲେ । ରନ୍ଧନ ଗ୍ୟାସ ଦୈନଦିନ ପଡ଼ୁଥିବାରୁ ହାଣ୍ଡିଶାଳରେ ମହଙ୍ଗା ମାଡ଼ ହେଉଛି । ସେପଟେ ପରିବା ଏବଂ ତୈଳଦର କଥା ନକହିବା ଭଲ । ଯେଉଁ କାରଣରୁ ଆଜି ବିଜେପି ସରକାର ବିରୋଧରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି କର୍ମୀ ।
