ଭୁବନେଶ୍ୱର: ବିଜେଡିରୁ ତଡା ଖାଇଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଲୁଗାଁ ଏନଏସି ଆଗରେ ବିଜେପି ନେତାଙ୍କୁ ପିଟିବା ତାଙ୍କ ଲାଗି ମହଙ୍ଗା ପଡିଛି । ବିଜେଡି ସୁପ୍ରିମେ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ବାଲୁଗାଁ ବିଜେପି ନଗର ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିଲେ । ଯାହାକୁ ନେଇ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ତେବେ ପୂର୍ବରୁ ମଧ୍ୟ ତାଙ୍କ ନାମରେ ଅନେକ ମାମଲା ରହିଛି । ଶେଷରେ ଆଜି ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମେ ନବୀନ ପଟ୍ଟନାୟକ ।
