Odia News Portal

ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଓଡ଼ିଶାରୁ ସ୍ଥାନ ପାଇପାରନ୍ତି ବିଶ୍ୱେଶ୍ୱର ଟୁଡ଼ୁ

ଭୁବନେଶ୍ୱର: ଆଜି ହେବ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ । ତେବେ ଓଡ଼ିଶାରୁ କାହାକୁ ସ୍ଥାନ ମିଳିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହାରି ଭିତରେ ଅପରାଜିତା ଷଢ଼ଙ୍ଗୀ ଓ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ସାମନାକୁ ଆସିଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ନିଜର କାର୍ଯ୍ୟଶୈଳୀ ଲାଗି ସବୁବେଳେ ଚର୍ଚ୍ଚାରେ ରହିଥିବା ବେଳେ ମୟୂରଭଞ୍ଜ ସାଂସଦଙ୍କ ନାମକୁ ନେଇ ମଧ୍ୟ ଆରମ୍ଭ ହୋଇଛି ଚର୍ଚ୍ଚା । ସଦ୍ୟ ସୂଚନା ତେବେ ଆଜି ସନ୍ଧ୍ୟାରେ ବୈଠକ ବସିବାକୁ ଥିବା ବେଳେ ଲବି କରିବା ଲାଗି ମୋଦିଙ୍କ ବାସ ଭବନରେ ଲାଗିଛି ନେତାଙ୍କ ଭିଡ଼ । ଜ୍ୟୋତିରାଦିତ୍ୟ ସିଦ୍ଧିଆ ଓ ପଶୁପତି ପାରସଙ୍କ ଭଳି ବହୁ କେନ୍ଦ୍ରୀୟ ନେତା ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି ।