ବାର୍ଡ ଫ୍ଲୁ କୁ ନେଇ ଆସିଲା ବଡ ଖବର । ମଣିଷ ଦେହରେ ବାର୍ଡ ପ୍ଲୁ ସନ୍ଦେହ । ପୁରୀ ମଙ୍ଗଳପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଦେହରେ ବାର୍ଡ ଫ୍ଲୁ ଭୂତାଣୁ ଥିବା ସନ୍ଦେହ କରାଯାଉଛି । ଖବର ସରବରାହ ସଂସ୍ଥା ANIକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କୁ କାଶ ସହ ଜର ହୋଇଥିଲା ।
ସେ ବାର୍ଡ ଫ୍ଲୁ ଆକ୍ରାନ୍ତ ଥିବା ସନ୍ଦେହ ହେବା ପରେ ରକ୍ତ ନମୁନା RMRCକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ବାର୍ଡ ଫ୍ଲୁ କି ନୁହେଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।ସଂକ୍ରମଣ ଚିହ୍ନଟ ହୋଇଥିବା ଅଞ୍ଚଳରେ ଜ୍ବର ବ୍ୟାପୁଥିବାରୁ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିଛି । ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ସହ ରିପୋର୍ଟ ଦେବାକୁ ଆଶାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଘର ଘର ବୁଲି ସ୍ବାସ୍ଥ୍ୟକର୍ମୀ ଯାଞ୍ଚ କରୁଛନ୍ତି । ଏଥିପାଇଁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ସଂକ୍ରମଣ ବ୍ୟାପୁଥିବା ଅଞ୍ଚଳରେ N-95 ମାସ୍କ ବଣ୍ଟାଯାଉଛି ।ପୁରୀ ପିପିଲି ଓ ସତ୍ୟବାଦୀରେ ବ୍ୟାପୁଛି ବାର୍ଡ ଫ୍ଲୁ । ବାର୍ଡ ଫ୍ଲୁ ରୋକିବାକୁ ଜୋରଦାର ଚାଲିଛି କୁକୁଡା ମରା ଅଭିଯାନ । ୪ଦିନ ମଧ୍ୟରେ ୨୮ହଜାରରୁ ଅଧିକ କୁକୁଡା ମାରି ପୋତା ଗଲାଣି ।