Odia News Portal

ଲୁଣା ବନ୍ଧ ରୋକିବ ସମୁଦ୍ର ଜୁଆର

ଭୁବନେଶ୍ୱର : ସମୁଦ୍ର ଜୁଅ ।ରକୁ ରୋକିବା ଲାଗି ୬ରୁ ୭ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୪୮୦ କିଲୋମିଟର ଉପକୂଳ ଏବଂ ୧୬୫୦ କିଲୋମିଟର ଲୁଣା ବନ୍ଧ ।  ଏଥିପାଇଁ ଡିପିଆର୍ ପ୍ରସ୍ତୁତ କରୁଛି ଜଳ ସଂପଦ ବିଭାଗ । ଏହା ସହ ଉପକୂଳ ଅଞ୍ଚଳରେ ବି ଡିଜାଷ୍ଟର ରେଜିଲେଣ୍ଟ ଏନର୍ଜି ସିଷ୍ଟମ ବା ବାତ୍ୟା ସହ୍ୟ କରିପାରୁଥିବା ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଅ ।ଯିବ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିବା ପରେ ଏନେଇ ପାରମ୍ଭିକ ପ୍ରସ୍ତୁତି ଅ ।ରମ୍ଭ କରିଛନ୍ତି ରାଜ୍ୟ ସରକାର ।
ବାତ୍ୟା ସମୟରେ ଜୁଅ ।ର ରୋକିବାକୁ ୪୮୦ କିଲୋମିଟର ଉପକୂଳ ଏବଂ ୧୬୫୦ କିଲୋମିଟର ଲୁଣା ବନ୍ଧକୁ ସୁଦୃଢ ପାଇଁ  ଡିପିଅ ।ର୍ ପ୍ରସ୍ତୁତ କରୁଛି ଜଳ ସଂପଦ ବିଭାଗ  । ଏଥିପାଇଁ ୬ହଜାରରୁ ୭ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଥମ ପର୍ଯ୍ୟାୟରେ ୧୯ଶହ ୪୪ କୋଟି ଟଙ୍କା ବ୍ୟୟରେ ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ପୁରୀ ଜିଲ୍ଲାରେ
୩୮୦ କିଲୋମିଟର ଉପକୂଳ ବନ୍ଧ ନିର୍ମାଣ ପାଇଁ  ଯୋଜନା ପ୍ରସ୍ତୁତ ହେଉଛି । ତେବେ ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀଙ୍କ ମତ ଅ ।ଡିବନ୍ଧ ସୁଦୃଢୀକରଣ ଏକମାତ୍ର ସମାଧାନ ନୁହେଁ  ଉପକୁଳ ଅଞ୍ଚଳରେ ବାତ୍ୟା ସହ୍ୟ କରିପାରୁଥିବା ଘର ନିର୍ମାଣ ଉପରେ ବି ସେ ଜୋର ଦେଇଛନ୍ତି ।

ବାତ୍ୟା ୟାସ ପରବର୍ତ୍ତୀ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଏକ ବୈଠକ ଆଜି  ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି ।  ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ, ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନଙ୍କର ବିଭାଗୀୟ କାର୍ଯ୍ୟର ସଫଳତା  ନେଇ ପୂର୍ବରୁ  ଅଭିଜ୍ଞତା ରହିଛି । ସେମାନେ ଜାଣିଛନ୍ତି ଯେ, କାର୍ଯ୍ୟ କରିବାରେ କେଉଁଠି ଅସୁବିଧା ରହୁଛି । ସେମାନଙ୍କର ଶ୍ରେଷ୍ଠ ଅଭିଜ୍ଞତାକୁ ପାଥେୟ କରି ପୂର୍ବରୁ  ଯୋଜନାରେ ରହିଥିବା  କାର୍ଯ୍ୟ ଓ ଚଳିତ ବାତ୍ୟାଜନିତ କ୍ଷୟକ୍ଷତି  ଆଧାରରେ  ଏକ ବ୍ୟାପକ ନକ୍ସା ଓ ଯୋଜନା ପ୍ରସ୍ତୁତ କରି ତଦନୁସାରେ କାର୍ଯ୍ୟ କରିବା ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଦୁର୍ବଳ ନଦୀବନ୍ଧ, ଯେଉଁଠି କାମ ନିତାନ୍ତ  ଆବଶ୍ୟକତା ରହିଛି, ସେଠାରେ ନିଷ୍ଠାର ସହ  ଅଧିକାରୀ ଓ ଯନ୍ତ୍ରୀମାନେ ଏପରି  କାର୍ଯ୍ୟ  କରନ୍ତୁ, ଯାହାକି ଆଗାମୀ ଦିନରେ ତାହା ସମ୍ଭାବ୍ୟ ବାତ୍ୟା ବା ବନ୍ୟା ପ୍ରତିରୋଧକ  ହୋଇପାରିବ । ଜରୁରୀ ମରାମତି ଆବଶ୍ୟକତା ଥିବା  କ୍ଷେତ୍ରରେ ଅର୍ଥ ପ୍ରତିବନ୍ଧକ  ହେବ ନାହିଁ ବୋଲି  ପ୍ରକାଶ କରିବା ସହିତ  ସେ କାମଗୁଡିକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି ।