ନୂଆଦିଲ୍ଲୀ: ନୂଆ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ଦ୍ଵାରା ଗଠିତ ଚାରି ସଦସ୍ୟ ବିଶିଷ୍ଟ କମିଟିରୁ ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ସଭାପତି ତଥା ଅଖିଳ ଭାରତୀୟ କିଷାନ ସମନ୍ଵୟ କମିଟିର ସଭାପତି ଭୂପିନ୍ଦର ସିଂହ ମାନ ନିଜକୁ ବାଦ ଦେଇଛନ୍ତି । କୃଷକ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ | ଭୂପିନ୍ଦରଙ୍କ ନାମକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଆନ୍ଦୋଳନରତ କୃଷକ ସଂଗଠନଙ୍କ ମତରେ ଭୂପିନ୍ଦର ସିଂହ ମାନ ପ୍ରଥମରୁ ହିଁ ତିନି କୃଷି ଆଇନ୍ର ସମର୍ଥନ କରି ସାରିଛନ୍ତି।

ଭୂପିନ୍ଦର ସିଂହ ମାନ କମିଟିରେ ତାଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି ଜଣେ କୃଷକ ଓ ସଂଗଠନ ନେତା ହୋଇଥିବାରୁ ସେ ଭଲ ଭାବେ କୃଷକଙ୍କ ଭାବନା ଓ ବ୍ୟଥାକୁ ବୁଝିଛି । ମୁଁ ନିଜର କୃଷକ ଭାଇ ଓ ପଞ୍ଜାବ ପ୍ରତି ବିଶ୍ଵସ୍ତ ରହିଛି। ସେମାନଙ୍କ ହିତରେ କୌଣସି ପ୍ରକାରର ସାଲିସ୍ କରାଯାଇ ପାରିବ ନାହିଁ। ମୁଁ ଏଥିପାଇଁ ଯେତେ ବଡ ପଦ କିମ୍ବା ସମ୍ମାନକୁ ବଳି ଚଢାଇବାକୁ ପ୍ରସ୍ତୁତ। ମୁଁ ମାନ୍ୟବାର ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଦିଆଯାଇଥିବା ଦାୟିତ୍ଵ ସମ୍ପାଦନ କରି ପାରିବି ନାହିଁ। ସେ କୃଷକଙ୍କ ସହିତ ଥିଲେ ଓ ଆଗକୁ ରହିବାକୁ ପ୍ରତିଶୃତି ଦେଇଛନ୍ତି ।

ସିଧା ସଳଖ ନ କହିଲେ ବି ସେ ସରକାରଙ୍କ ଦ୍ୱାରା ପାରିତ ଆଇନକୁ କୃଷକ ବିରୋଧି ବୋଲି କହିବାକୁ ଯାଇ କହିଛନ୍ତି କି କୃଷକ ମାନଙ୍କର ହିତ ବିରୋଧରେ ସେ କେବେ ବି ଯିବେ ନାହିଁ । ଭୂପିନ୍ଦରଙ୍କ ଓହରି ଯିବାକୁ ନେଇ ଭାରତୀୟ କୃଷକ ସଂଗଠନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି କି ଭୂପିନ୍ଦର କମିଟିରୁ ଓହରି ଯିବା ପରେ କୃଷକ ଆନ୍ଦୋଳନର ବୈଚାରିକ ବିଜୟ ହୋଇଛି । ଏହା ସହ ସେ ଭୂପିନ୍ଦରଙ୍କୁ କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଆମନ୍ତ୍ରଣ କରିଛନ୍ତି ।