ଭୁବନେଶ୍ୱର: ଲୋକଙ୍କ ସହ ମିଶିଲେ, ସମସ୍ୟା ବୁଝିଲେ ଆଉ ଭତ୍ତା ବାଣ୍ଟିଲେ । ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ବିଏମସିର ୧,୨,୬,୭,୮ ଏବଂ ୧୪ ନମ୍ବର ୱାର୍ଡର ୯୦ ଜଣ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଛନ୍ତି । ଗରୀବ,ଅସହାୟ ଓ ଦିବ୍ୟାଙ୍ଗମାନଙ୍କୁ ଭତ୍ତା ବାଣ୍ଟିଛନ୍ତି ବିଧାୟକ । ଏହି ଅବସରରେ ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ସ୍ୱର୍ଣ୍ଣଲତା ରାୟ, ହରୀଶ ମୂର୍ମୂ, ଦେବୀପ୍ରସାଦ ମଲ୍ଲିକ, ଯୁବନେତା ମିହିର କୁମାର ରାଉତ, ମନୋଜ କୁମାର ସାହୁ, କାଳୀଚରଣ ସିଂ, ମନୋରଞ୍ଜନ ଦାସ, ମାନଓ କୁମାର ଦାସ, ମନସ୍ୱିନୀ ମଧୁସ୍ମିତା, ପ୍ରଶାନ୍ତ ରାଉତ ଏବଂ ଦେବସ୍ମିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

କହି ରଖୁଛୁ କି, ମଧୁବାବୁ ପେନସନ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାର ଲୋକଙ୍କୁ ଦିଆଯାଉଛି ଭତ୍ତା । ଯୋଗ୍ୟ ହିତାଧିକାରୀଙ୍କ ଲାଗି ଏହି ଯୋଜନାଟି କାର୍ଯ୍ୟକାରୀ ହେଉଛି । ସେପଟେ ଗରୀବ, ଅସହାୟ, ବୃଦ୍ଧ, ବିଧବା ମା ଏବଂ ଦିବ୍ୟାଙ୍ଗ ଲାଗି ଏହି ଯୋଜାନାଟି ପ୍ରଜୁଯ୍ୟ । ଅସହାୟଙ୍କ ଦୁଃଖ ବୁଝି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ମାସିକ ଏହି ଟଙ୍କା ଦେଉଛନ୍ତି । ସମସ୍ତଙ୍କ ଦୁଃଖ ବୁଝୁଥିବାରୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ କହୁଛନ୍ତି ଦରଦୀବନ୍ଧୁ । ଆଉ ସାରା ଭାରତରେ ତ ସେ ହୋଇଛନ୍ତି ନମ୍ବର ୱାନ ମୁଖ୍ୟମନ୍ତ୍ରୀ ।
