Odia News Portal

ଝିଅର ପ୍ରେମିକକୁ ଧରି ନିଦ୍ଧୁମ ଛେଚିଲା ମା, ମା’ର ଖରାପ ସମ୍ପର୍କ କଥା ସମସ୍ତଙ୍କୁ ଜଣାଇଲା ଝିଅ

ଭୁବନେଶ୍ୱର: ପ୍ରେମ ମଣିଷକୁ ଅନ୍ଧ କରିଦେଇଥାଏ । ପ୍ରେମରେ ପଡ଼ିବା ପରେ ଆଉ କିଛି ଦେଖାଯାଏ ନାହିଁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ । ଝିଅ ପାଖକୁ ପ୍ରତିଦିନ ଆସୁଥିବା ଜଣେ ଯୁବକକୁ ଧରିଥିଲା ମା । ତେବେ ଏହାକୁ ନେଇ ମା ଝିଅ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । ମାର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇଛି ଝିଅ । ଥାନାରେ ପୋଲିସ ଉପସ୍ଥିତିରେ ମା ଝିଅ ଉଭୟ ଉଭୟଙ୍କ ଚରିତ୍ରକୁ ନେଇ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି ।

ରିପୋର୍ଟ ମୁତାବକ, ଝିଅ ପାଖକୁ ପ୍ରତିଦିନ ଆସୁଥିଲା ଜଣେ ଯୁବକ । ତେବେ ସେ ରାତିରେ ଯୁବତୀଙ୍କ ମାକୁ କିଛି ଖାଇବାକୁ ଦେଇଥାଏ । ଆଉ ଖାଇବା ପରେ ସେ କିଛି ସମୟ ଲାଗି ଶୋଇପଡନ୍ତି । ଯାହାର ଫାଇଦା ନେଇ ଉଭୟ ପ୍ରେମୀଯୁଗଳ ନିଜର କାମ ଆଗେଇ ଚାଲନ୍ତି । ତେବେ ମହିଳା ଜଣକ ସନ୍ଦେହ କରିବା ପରେ ଯବୁକଙ୍କୁ ଧରିବାରେ ସଫଳ ହୋଇଥିଲେ । ଘର ଭିତରେ ଉଭୟଙ୍କ ବନ୍ଦ କରି ରଖିବା ପରେ ନିର୍ଦ୍ଧୁମ ଛେଚିଥିଲେ ।

ପ୍ରେମିକକୁ ମାଡ଼ ମାରୁଥିବା ଦେଖିବା ପରେ ମାର ଚରିତ୍ର ସଂହାର କରିଥିଲା ଝିଅ । ମା ପାଖକୁ କେଉଁମାନେ ଆସନ୍ତି ସେବୁ କହିଥିଲା । ବିଧବା ମହିଳାଙ୍କ ବିରୋଧରେ ତାଙ୍କଝିଅର ଏପରି କଥା ଶୁଣିବା ପରେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କ ଥାନାକୁ ଡକାଇଥିଲା । ତେବେ ମା ଝିଅଙ୍କ ଚରିତ୍ର ସଂହାରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।