ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କେସୁରା ଛକରେ ଓମଫେଡରେ ନାବାଳକଙ୍କୁ ମାଡ଼ ମାରିବା ଘଟଣା । ଗୋଇଠା ମାରିଥିବା ହୋମଗାର୍ଡ଼ ଏ.କେ. ବିଶ୍ୱାଳଙ୍କୁ ନିଲମ୍ବିତ କରିଛନ୍ତି ଡିସିପି ଉମାକାନ୍ତ । ସସପେଣ୍ଡ ହୋଇଥିବା ହୋମଗାର୍ଡ ୨୯ ନମ୍ବର ପିସିଆ ଭ୍ୟାନରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତେବେ ହୋମଗାର୍ଡ଼ ଜଣକ ମାଡ଼ ମାରୁଥିବା ବେଳେ ଅନ୍ୟ କର୍ମଚାରୀଙ୍କ ଚୁପକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେବେ ସିସିଟିଭି ଭିଡ଼ିଓକୁ ଅନୁଧ୍ୟାନ କରି ତଦନ୍ତ କରାଯିବ ବୋଲି କହିଛନ୍ତି ଡିସିପି । ଏଥିପାଇଁ ତଦନ୍ତ ଦାୟିତ୍ୱ ଅତିରିକ୍ତ ଡିସିପିଙ୍କୁ ଦିଆଯାଇଛି ।
ହୋମଗାର୍ଡ ଜଣଙ୍କ ନାବାଳକଙ୍କୁ ଲାତ୍ ମାରିବା ବେଳେ ଅନ୍ୟ କର୍ମଚାରୀ କାହିଁକି ଅଟକାଇଲେ ନାହିଁ । ଓମଫେଡ୍ ବୁଥରୁ ନିଆଯାଇଥିବା ବ୍ରେଡ୍ ଓ କ୍ଷୀର ସବୁ କିଏ ନେଲା ? ଏଭଳି ଅନେକ ଦିଗର ତଦନ୍ତ କରିବେ ଅତିରିକ୍ତ ଡିସିପି । ଏଥିସହ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିବ ପୋଲିସ ।