Odia News Portal

ଜନ୍ମଦିନରେ ରକ୍ତଦାନ ଶିବିର

ଭୁବନେଶ୍ୱର: ରାଜଧାନୀ ଡାକ୍ତର ଖାନାରେ ଥିବା ଓଡ଼ଶା ରକ୍ତ ଭଣ୍ଡାର ପରିସରରେ ଭବାନୀ ପଟ୍ଟନାୟକ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଜାତୀୟ ଯୁବ ପ୍ରକଳ୍ପର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମାହାମରୀ କରୋନା ପାଇଁ ରାଜ୍ୟରେ ରକ୍ତର ଅଭାବ ରହିଥିବା ବେଳେ ଏହାକୁ କିଛି ମାତ୍ରାରେ ପୁରଣ କରିବାକୁ ଯାଇ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଂଚଳର ଯୁବ ସ୍ୱଚ୍ଛାସେବୀ ରାକେଶ ବଳ ଚ୍ଚଳିତ ବର୍ଷ ଭୁବନେଶ୍ୱରରେ ଏକ ରକ୍ତଦାନ ଶିବିର କରି ନିଜର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ସମାଜସେବାକୁ ନିଜର ବ୍ରତ ବୋଲି ଭାବି ନେଇଥିବା ୨୨ ବର୍ଷୀୟ ରାକେଶ ଆଜିକୁ ମିଶାଇ ୧୦ଥର ରକ୍ତଦାନ କରିବା ସହିତ ମହାମାରୀ ସମୟରେ ଯୁବକ ଯୁବତୀ ମାନେ ରକ୍ତଦାନ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ସମାଜସେବୀ ମଧୁସୁଦନ ଦାସ ଏବଂ ପ୍ରତାପ ସାହୁ ଯୋଗଦେଇ ରକ୍ତଦାତା ଜୀବନ ଦାତା ମାନଙ୍କୁ ଉତ୍ସାହିତ କରିଥିବା ବେଳେ, ଶିବିରକୁ ମିଶନ ରକ୍ତଦାନର ଆବାହକ ହରପ୍ରସାଦ ମହାପାତ୍ର , ବିଜେବି ସ୍ୱୟଂ ସାଶିତ ମହାବିଦ୍ୟାଳୟ ସମାଜସେବା ବିଭାଘର ଛାତ୍ର ରଶ୍ମିକାନ୍ତ ସ୍ୱାଇଁ , ବିକାଶ କୁମାର ପଣ୍ଡା, ପ୍ରିୟବ୍ରତ ସାହୁ ଏବଂ ଅନ୍ତରଜ୍ୟାମି ସାହୁ ପ୍ରମୁଖ ପରିଚାଳନା କରିଥିଲେ ।