ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସହରରେ ସାତୋଟି ବୈଦ୍ୟୁତିକ ଯାନ (ଇଭି) ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ହେବ ଏବଂ ଧୀରେ ଧୀରେ ଅଧିକ ଷ୍ଟେସନ୍ ସାଧାରଣ ତଥା ସାଧାରଣ ପରିବହନ ଯାନ ବ୍ୟବହାର ପାଇଁ ଆସିବ । ଭାରତରେ ଇଭି ଭିତ୍ତିଭୂମିରେ ପ୍ରତିଷ୍ଠିତ କମ୍ପାନୀ ଗୁଡିକର ମୁଖ୍ୟ ମାନଙ୍କ ଉପସ୍ଥିତିରେ ବିଏମସି କମିଶନର ସଞ୍ଜୟ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସ୍ଥାନ ଚୟନ ଉପରେ ପ୍ରାଥମିକତା ମଲ୍, ସର୍ବସାଧାରଣ ପାର୍କିଂ ସ୍ଥାନ, ହୋଟେଲ, ଆବାସିକ କମ୍ପ୍ଲେକ୍ସ, କାର୍ଯ୍ୟକ୍ଷେତ୍ର ଏବଂ ରାଜପଥକୁ ଦିଆଯିବ । ସହର ଏହାର ଜନସାଧାରଣ ପରିବହନ ନେଟୱାର୍କରେ ଏକ ବୈଦ୍ୟୁତିକ ବସ୍ ଯୋଗାଇବାକୁ ଯାଉଛି ।
ପ୍ରଥମ ପର୍ଯ୍ୟାୟରେ, ଏସପ୍ଲାନେଡ୍ ମଲ୍ ,ରସୁଲଗଡ, ଡିଏନ୍ ରେଗାଲିଆ ଏବଂ କୃଷ୍ଣ ପ୍ଲାଜା, ଚଆରପି ଛକ, କିଟ୍ ଏବଂ ସମ୍ ହସ୍ପିଟାଲ୍ ଅଞ୍ଚଳରେ ଇଭି ଚାର୍ଜିଂ ପଏଣ୍ଟ ସ୍ଥାପନ କରିବାକୁ ନିଷ୍ପତି ହୋଇଛି ।