Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ
ଏକାଧିକ ଗ୍ରହ ସ୍ବଗୃହୀ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ ପ୍ରତିଶ୍ରୁତି ଦେବେ କିନ୍ତୁ କିଛି ବି କରିବେ ନାହିଁ । ନିଜର ଲୋକମାନଙ୍କୁ ବୃଥା ସନ୍ଦେହ କଲେ ସମାଲୋଚିତ ହୋଇପାରନ୍ତି । ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ।

ବୃଷ
ଧନାଧିପ ଓ ଶନି ଷଡାଷ୍ଟକ ସ୍ଥିତି କାରଣରୁ କୌଣସି ଦ୍ରବ୍ୟପ୍ରାପ୍ତିରେ ବିଜାତୀୟ ବ୍ୟକ୍ତି ଜଣେ ଅସହଯୋଗ କରିପାରେ । ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ ।

ମିଥୁନ
ଶୁକ୍ର ନକ୍ଷତ୍ରସ୍ଥ ଗୁରୁଙ୍କ ଯୋଗୁ କର୍ମକ୍ଷେତ୍ରରେ ଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କଲେ ସମସ୍ୟା ସମାଧାନର ରାସ୍ତା ଖୋଲିଯିବ । ପଡୋଶୀ କିମ୍ବା ସହକର୍ମୀଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ ।
କର୍କଟ
ଧନଭାବସ୍ଥ ବୁଧାଦିତ୍ୟ ଯୋଗରୁ ଅର୍ଥଲାଭ ସଙ୍ଗକୁ ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା କୌଣସି ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ । ଭାବପ୍ରବଣ ବଶତଃ ଓଲଟା କଥା କହି ସାମାଜିକ ସ୍ତରରେ ଅପଦସ୍ଥ ହେବେ । ସଂସାର ଯାତ୍ରା କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରି ଆମତ୍ସମୀକ୍ଷା କରିପାରନ୍ତି ।

ସି˚ହ
ସ୍ବରାଶିସ୍ଥ ରବିଙ୍କ ଯୋଗୁ ଦୈହିକ ସୁସ୍ଥତା ସଙ୍ଗକୁ କର୍ମକ୍ଷେତ୍ରରେ ଉତ୍ସାହିତ ହେବେ । ପରିସ୍ଥିତିରେ ପଡି ହଠାତ୍‌ ବହୁତ୍‌ ଗୁଡିଏ ଟଙ୍କା ଖର୍ଚ୍ଚକରିବାକୁ ବାଧ୍ୟ ହୋଇପାରନ୍ତି । ଫଳତଃ ମାନସିକ ଅବସାଦ ଯୋଗୁ କୌଣସି କାମ ମଧ୍ୟ ଉତ୍ସାହପ୍ରଦ ହେବ ନାହିଁ । ଈର୍ଷା ପରାୟଣ ବ୍ୟକ୍ତିମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ ।

କନ୍ୟା
କର୍ମସ୍ଥାନରେ ରାହୁ ଓ ଶୁକ୍ରଙ୍କ ସମ୍ବନ୍ଧରୁ ଯେଉଁ କାମ ହାତକୁ ନେଇଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ । ଅପେକ୍ଷା କରିଥିବା ଖବରଟି ବନ୍ଧୁଙ୍କ ମୁହଁରୁ ଶୁଣି ଖୁସି ହୋଇପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବ ।

ତୁଳା
ଚନ୍ଦ୍ର ଓ ବୁଧ ଲାଭଭାବରେ ରହି ଅର୍ଥ ଓ ସମ୍ମାନଲାଭ ସହ ସମସ୍ୟା ସମାଧାନର ମାର୍ଗ ଉନ୍ମୁକ୍ତ କରିବେ । ଶୁକ୍ରଙ୍କ ପ୍ରଭାବରୁ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ । ପରିବହନରେ ସନ୍ତୋଷଜନକ ଫଳ ପାଇବେ ନାହିଁ । ଧର୍ମକାର୍ଯ୍ୟରେ ମନ ଦେବେ ।

ବିଛା
ପୂର୍ବ ସମସ୍ୟା କେତେକାଂଶରେ ସୁଧୁରିଯିବାରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ ା କଥାବାର୍ତ୍ତା ଓ ବ୍ୟବହାରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କହିବା ଭଲ ହେବ । ବହୁ ପ୍ରତୀକ୍ଷିତ ଯାତ୍ରାରେ କାର୍ଯ୍ୟସିଦ୍ଧି ହେବ ଓ ଅଭିଳଷିତ ଜିନିଷ ପାଇବେ । ପାରିବାରିକ ଜୀବନରେ ଭୁଲ୍‌ ବୁଝାମଣାରୁ ଅଶାନ୍ତି ସୃଷ୍ଟି ହୋଇପାରେ ।

ଧନୁ
ଶନିଙ୍କ ସ୍ଥିତି ପ୍ରଭାବରୁ ଆଶା ପୂରଣ ହେବାରେ ଜଣେ ବନ୍ଧଙ୍କୁ ସାହାଯ୍ୟ ମିଳିବ । ବୁଧ କର୍ମଭାବରୁ ଅଷ୍ଟମସ୍ଥ ଯୋଗୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ବିଚାର ନ କରି କାମ କଲେ ସମାଲୋଚିତ ହେବାକୁ ପଡିବ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ

ମକର
ପରିସ୍ଥିତି କ୍ରମଶଃ ସୁଧୁରିଯିବାରୁ କାମ କରିବାର ସ୍ପୃହା ଜାଗ୍ରତ ହେବ ଓ ମନୋବଳ କ୍ରମଶଃ ବୃଦ୍ଧି ପାଇବ । ପରିଶ୍ରମର ପାରିଶ୍ରମିକ ପାଇବେ, ଯାହାଦ୍ୱାରା କି ମନ ଖୁସୀ ହୋଇଯିବ । ବୁଧ ଓ ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟି ଅଭାବରୁ ଅତୀତ ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।

କୁମ୍ଭ
ରାହୁଯୁକ୍ତ ଶୁକ୍ର କାରଣରୁ ପରକଥାରେ ମୁଣ୍ଡପୂରାଇଲେ ମନକୁ ଭାରାକ୍ରାନ୍ତ କରିବା ବ୍ୟତୀତ କିଛି ଲାଭ ହେବନି । ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ସକାଶେ ଦୌଡିବାକୁ ପଡିପାରେ । ଶିଳ୍ପ, ବାଣିଜ୍ୟରେ କ୍ଷତିର ଆଶଙ୍କା ରହିଛି । ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବାରୁ ସାମୟିକ ଖୁସୀ ରହିପାରନ୍ତି ।

ମୀନ
କର୍ମସ୍ଥାନରେ ପାପଯୁକ୍ତ ବୃହସ୍ପତି ଯୋଗୁ ଯେତେ ଭଲ କାମ କରନ୍ତୁନା କାହିଁକି ପରିବାର ମଧ୍ୟରେ ସମାଲୋଚିତ ହେବେ । ବାହାରୁ ଯେତିକି ଶ୍ରଦ୍ଧ,ଆଦର ପାଇବେ ନିଜ ଘରେ କିମ୍ବା ପରିବାରରେ ସେତିକି ମିଳି ନ ପାରେ । ବ୍ୟବସାୟରେ କ୍ଷତି, ପରିବହନରେ ଅଚଳାବସ୍ଥା ଓ ଋଣ ପରିଶୋଧ ଦୁଶ୍ଚିନ୍ତାର କାରଣ ହେବ ।