ପୂର୍ବତନ ରାଜ୍ୟସଭା ସାଂସଦ ଏବଂ ବର୍ତ୍ତମାନର ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି l ଭାସ୍କର ରାଓଙ୍କ ସହ ଅନ୍ୟ ୫ ଜଣଙ୍କ ବିରୁଦ୍ଧରେ ୱାରେଣ୍ଟ ଜାରି କଲେ SDJM କୋର୍ଟ ରାୟଗଡା l
ଆଦିବାସୀ ନେତା ଭାଗିରଥୀ ମଣ୍ଡାଙ୍ଗୀଙ୍କୁ ୧୫/୧୨/୨୦୧୦ରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।
ଏହି ମାମଲାରେ ଦୀର୍ଘ ୧୩ ବର୍ଷ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ୨୦୨୪ ଫେବୃଆରୀ ୧୪ରେ ମୃତ ଭାଗିରଥୀ ମଣ୍ଡାଙ୍ଗୀଙ୍କ ଭାଇ ଜଗନ୍ନାଥ ମଣ୍ଡାଙ୍ଗୀ ରି ପିଟିସନ ଦାଏର କରିଥିଲେ । ଯାହାର ଫଳ ସ୍ୱରୂପ ମଙ୍ଗଳବାର ଉକ୍ତ ଘଟଣାରେ NBW ଜାରି କଲେ SDJM କୋର୍ଟ ।