ଭଦ୍ରକ : କ୍ରିଡ଼ା କ୍ଷେତ୍ରରେ ଭଦ୍ରକ ଜିଲ୍ଲାରୁ ବହୁ କ୍ରିଡ଼ାବିତ ସୁନ୍ଦର ଖେଳ ପ୍ରଦର୍ଶନ କରି ରାଜ୍ୟ,ଦେଶ ଓ ଆନ୍ତଜାତୀୟ ସ୍ତରରେ ବହୁ ନାମ ଅର୍ଜନ କରିଛନ୍ତି । ତେବେ କ୍ରିଡ଼ାବିତଙ୍କୁ ଆହୁରି ପ୍ରୋସ୍ତାହିତ କରିବା ସହତ ଜିଲ୍ଲାରେ କ୍ରିଡାଭିତ୍ତିଭୂମୀର ବିକାଶ ପାଇଁ ଏକ ଇନଡୋର ଷେଟାଡିୟମ ସ୍ଥାପନା ନେଇ ଦାବି ହୋଇଆସୁଛି । ତେବେ ଖେଳାଳି ଓ କ୍ରିଡାପ୍ରେମୀଙ୍କ ଏଭଳି ଦାବିକୁ ଗୁରୁତର ସହ ନେଇଥିଲେ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ । ଯାହାର ଫଳ ସ୍ବରୁପ ଆଜି ଏହି ପ୍ରସଙ୍ଗ ନେଇଁ ଭିଡିଓ କନଫରେନନ୍ସ ମାଧ୍ୟମରେ ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କ ସହିତ ସ୍ବତନ୍ତ ଭାବେ ଆଲୋଚନା କରିଥିଲେ ବିଧାୟକ ସଞ୍ଜିବ ମଲ୍ଲିକ ।
ଜିଲ୍ଲାରେ ଏକ ଇନଡୋର ଷ୍ଟାଡିୟମ ସ୍ଥାପନା ପ୍ରସଙ୍ଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନସ ମାଧ୍ୟମରେ ସବିଶେଷ ଆଲୋଚନା କରିଥିଲେ ଉପସ୍ଥିତ ବୁଦ୍ଧିଯିବି ଓ କ୍ରିଡ଼ାବିତ । ଖେଳାଳିଙ୍କ ସୁବିଧା ଦୃଷ୍ଟିରୁ କ୍ରୀଡାର ଭିତ୍ତିଭୂମିର ଉନ୍ନତି ପାଇଁ ଭଦ୍ରକ ସହର ଉପକଣ୍ଠରେ ଏକ ଇନଡୋର୍ ଷ୍ଟାଡିୟମ ନିର୍ମାଣ ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା । ତେବେ କ୍ରିଡ଼ାବିତଙ୍କ ଏଭଳି ମୌଳିକ ଦାବି ପ୍ରତି ସମ୍ମତି ପ୍ରଦାନ କରିବା ସହ ଖୁବଶୀଘ୍ର ଅଗ୍ରାଧିକାର ଭିତ୍ତିରେ ଇନଡୋର ଷ୍ଟାଡିୟମ ନର୍ମାଣ ନେଇ ୫ଟି ସଚିବ ଭି.କେ ପାଣ୍ଡିଆନ ସବୁଜ ସଙ୍କେତ ଦେଇଥିବା କହିଛନ୍ତି ବିଧାୟକ ସଞ୍ଜିବ ମଲ୍ଲିକ ।