Odia News Portal

ପାରା ଅଲିମ୍ପିକ୍ସ: ଭାରତକୁ ପ୍ରଥମ ପଦକ ଭେଟିଦେଲେ ଭାବିନା ପଟେଲ

ଟୋକିଓ: ପାରା ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ମିଳିଛି । ମହିଳା ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଛନ୍ତି ଭବିନା ପଟେଲ୍ । ଫାଇନାଲରେ ଭବିନା,ଚୀନ୍ ପ୍ରତିଯୋଗୀଙ୍କଠାରୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ପାରା ଅଲିମ୍ପିକ୍ସର ଟେବୁଲ ଟେନିସରେ ଏହା ହେଉଛି ଭାରତର ସର୍ବପ୍ରଥମ ପଦକ ।

ଚୀନ୍ର ୟିଙ୍ଗ୍ଙ୍କ ଠାରୁ ପଟେଲ୍ ୧୯ ମିନିଟ୍ରେ ୦-୩ରେ (୭-୧୧, ୫-୧୧, ୬-୧୧) ପରାସ୍ତ ହୋଇଛନ୍ତି। କିନ୍ତୁ, ପାରାଲିମ୍ପିକ୍ସ୍ରେ ଉତ୍ତମ କ୍ରୀଡ଼ାନୈପୂଣ୍ୟ ପ୍ରଦର୍ଶନ କରି ଭାବିନା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ। ଆଜିର ପ୍ରତିଯୋଗିତାରେ ସେ ଜୋଉଙ୍କ ସହ ଉତ୍ତମ ମୁକାବିଲା କରିଥିଲେ ମଧ୍ୟ ୬ ମିନିଟ୍ ପରେ ପ୍ରଥମ୍ ଗେମ୍ରେ ସେ ପରାସ୍ତ ହୋଇଥିଲେ। ପରେ ଜୋଉଙ୍କୁ ଟପିଯିବା ତାଙ୍କ ପକ୍ଷରେ ସମ୍ଭବ ହେଲାନାହିଁ। କିନ୍ତୁ, ତାଙ୍କର ଉତ୍କର୍ଷତା ପ୍ରତିପାଦନ ଯୋଗୁଁ ଭାରତ ଗୌରବାନ୍ବିତ ହୋଇଛି।

ଶନିବାର ଦିନ ‘ଉଇମିନ୍ସ୍ ସିଙ୍ଗଲ୍ସ୍ କ୍ଲାସ୍-ଫୋର୍’ରେ ବିଶ୍ବର ୩ ନମ୍ବର ଖେଳାଳି ଚୀନ୍ର ଚାଙ୍ଗ୍ ମିଆଓଙ୍କୁ ପରାସ୍ତ କରି ପ୍ରଥମ ଭାରତୀୟ ଭାବେ ଭାବିନା ପଟେଲ୍ ଇତିହାସ ସୃଷ୍ଟି କରିବା ସହ ଫାଇନାଲ୍ରେ ପ୍ରବେଶ କରିଥିଲେ। ଚାଙ୍ଗ୍ ମିଆଓଙ୍କୁ ୭-୧୧, ୧୧-୭, ୧୧-୪, ୯-୧୧, ୧୧-୮ରେ ପରାସ୍ତ କରି ସେ ଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇଥିଲେ।