କଳାହାଣ୍ଡି : ମହଙ୍ଗା ପଡିଲା କର୍ତ୍ତବ୍ୟରେ ଅବହେଳା କରିବା । ନିଲମ୍ବିତ ହେଲେ କଳାହାଣ୍ଡିର ଉପଜିଲ୍ଲାପାଳ ଅନୀଷା ଦାସ। ପୂର୍ବରୁ ସେ ମୟୂରଭଞ୍ଜର ତହସିଲଦାର ଭାବେ ଦାୟିତ୍ବ ନିର୍ବାହ କରିଥିଲେ। କିଛି ଦିନ ହେବା ଉପଜିଲ୍ଲାପାଳ ହୋଇ କଳାହାଣ୍ଡି ଜିଲ୍ଲାକୁ ବଦଳି ହୋଇଥିଲେ ।
କିନ୍ତୁ ଉପଜିଲ୍ଲାପାଳ ପଦବୀରେ ଥାଇ ସରକାରୀ ଦାୟିତ୍ବକୁ ସୁଚାର ରୂପେ ତୁଲାଇ ନପାରିବା ଓ ଚାକିରିରେ ଥାଇ ସମ୍ପୂର୍ଣ୍ଣ ସଚ୍ଚୋଟତା ପ୍ରଦର୍ଶନ ନ ନକରି ପାରିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ନିଲମ୍ବନ ଆଦେଶ ପତ୍ରରେ ଉଲ୍ଲେଖ ରହିଛି। ଏହି ସମୟ ମଧ୍ୟରେ ସେ ଜିଲ୍ଲାପାଳଙ୍କ ବିନା ଅନୁମତିରେ ସରକାରୀ ବାସ ଭବନ ଛାଡି କୁଆଡେ ଯାଇପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି