ଭୁବନେଶ୍ୱର: ଆଜିକାଲି ଅଧିକାଂଶ ଲୋକେ ସାଧାରଣତଃ କମ୍ପ୍ୟୁଟର ସାମ୍ନାରେ ଘଣ୍ଟା ଘଣ୍ଟା ଧରି ବସି କାମ କରୁଛନ୍ତି । ମୋବାଇଲ ଓ କମ୍ପ୍ୟୁଟରରୁ ବାହାରୁଥିବା ଆଲୋକ ଦୃଷ୍ଟି ଶକ୍ତିକୁ କମ କରିଥାଏ | ସେହିଭଳି ବଦଳୁଥିବା ଜୀବନଚର୍ଯ୍ୟା ସହିତ ଆଖିର ଦୃଷ୍ଟି ଶକ୍ତିର ମଧ୍ୟ ସମସ୍ୟା ଦେଖାଯାଏ । ଆଖି ଦୃଷ୍ଟି ଶକ୍ତିକୁ ଠିକ୍ ରଖିବାପାଇଁ ସବୁଠୁ ଅଧିକ ଜରୁରୀ ଆମେ ନିଜେ ଖାଦ୍ୟ ଓ ଓଭିଟାମିନରେ ଭରପୁର ଖାଦ୍ୟ ପାନୀୟ ଉପରେ ଧ୍ୟାନ ଦେବା ଦରକାର । ତେବେ ବଢୁଥିବା ସମସ୍ୟାକୁ ଅଟକାଯାଇପାରିବ । ଆଖିକୁ ସୁସ୍ଥ ରଖିବା ପାଇଁ ପୋଷକତତ୍ତ୍ୱ ଓ ଭିଟାମିନରେ ଭରପୁର ଖାଦ୍ୟ ଖାଇବା ଦରକାର ।ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ପଦାର୍ଥ ଗୁଡ଼ିକ ବିଷୟରେ ଯାହା ଆପଣଙ୍କ ଆଖିକୁ ସୁସ୍ଥ ଏବଂ ନିରୋଗ ରଖିବାରେ ସାହାଯ୍ୟ କରିବ ?
ସବୁଜ ପନିପରିବା – ଅଧିକାଂଶ ଲୋକେ ସବୁଜ ପନିପରିବା ଖାଆନ୍ତି ନାହିଁ । ନିଜ ଖାଦ୍ୟରେ ପ୍ରତ୍ୟେକ ଦିନ ସବୁଜ ପନିପରିବାକୁ ସାମିଲ କରିବା ଆବଶ୍ୟକ । ଏହି ପରିବାରେ ଭରପୁର ମାତ୍ରାରେ ଆଇରନ ଥାଏ । ଯାହା ଆପଣଙ୍କ ଆଖିପାଇଁ ଅତ୍ୟନ୍ତ ଜରୁରୀ ଅଟେ ।
ଗାଜର -ଗାଜର ରସ ପିଇବାସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର ଅଟେ । କିନ୍ତୁ ଗାଜର ରସ ଶରୀର ସାଙ୍ଗକୁ ଆଖିପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । ପ୍ରତ୍ୟେକ ଦିନ ଗୋଟିଏ ଗ୍ଲାସ ଗାଜର ରସ ପିଇବା ଦ୍ୱାରା ଆପଣଙ୍କ ଆଖି ସୁସ୍ଥ ରହିବ ।
ଚୁନାମାଛ – ଚୁନାମାଛରେ ଭରପୂର ମାତ୍ରାରେ ହାଇ ପ୍ରୋଟିନ ରହିଥାଏ । ଯାହାଫଳରେ ଚୁନା ମାଛ ଖାଇବା ଦ୍ୱାରା ଏହି ପୋଷକ ତତ୍ୱ ସାହାଯ୍ୟରେ ଆପଣଙ୍କ ଆଖି ସୁସ୍ଥ ଏବଂ ଦୃଷ୍ଟି ଶକ୍ତିରେ ସୁଧାର ଆସିପାରିବ |ବିଶେଷ ଭାବେ ଦୃଷ୍ଟି ଶକ୍ତି କ୍ଷୀଣ ବ୍ୟକ୍ତିଙ୍କୁ ଡାକ୍ତର ଚୁନାମାଛ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।
ବାଦାମ କ୍ଷୀର – ବାଦାମ କ୍ଷୀରରେ ‘ଭିଟାମିନ ଇ’ ଭରପୂର ଭାବେ ରହିଥାଏ । ଯାହା ଆପଣଙ୍କ ତ୍ୱଚା ଉଜ୍ୱଳ କରିବା ସାଙ୍ଗକୁ, ଆଖିର ଯେକୌଣସି ରୋଗ ସହିତ ଲଢିବାପାଇଁ ଲାଭଦାୟକ ଅଟେ । ଏହାକୁ ସପ୍ତାହକୁ ଅତିକମରେ ତିନିଥର ପିଇଲେ ଦେହ ଭଲରହିବା ସହିତ ଆଖି ପାଇଁ ଲାଭଦାୟକ ହୋଇଥାଏ ।