Odia News Portal

ଗୋଲମରିଚ ଦେଇଥାଏ ଶରୀରକୁ ଏହି ସବୁ ଫାଇଦା

ଭୁବନେଶ୍ବର: ଗୋଲମରିଚ ମଧ୍ୟରେ ଅନେକ ଉପକାରିତା ରହିଛି କିନ୍ତୁ ଖୁବ୍ କମ ଲୋକ ସେ ସବୁ ଉପକାରିତା ବିଷୟରେ ଜାଣନ୍ତି । ଗୋଲମରିଚକୁ କେବଳ ମସଲା ରୂପେ ବ୍ୟବହାର କରାଯାଏ ନାହିଁ ବରଂ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ଭରପୂର ମାତ୍ରାରେ ରହିଥାଏ । ଯଦି ଆପଣ ଗୋଲମରିଚର ଉପକାରିତା ବିଷୟରେ ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ଗୋଲ ମରିଚର ବିଭିନ୍ନ ଉପକାରିତା ବିଷୟରେ:-

କ୍ଷମତା ବୃଦ୍ଧିରେ ସହାୟକ– ଉଷୁମ ପାଣି ସହିତ ଗୋଲମରିଚ ଖାଇବା ଦ୍ୱାରା ଶରୀରର କ୍ଷମତା ବଢିଥାଏ । ଶରୀରରେ ଜଳର ଅଭାବକୁ ନିୟନ୍ତ୍ରଣ କରିବା ସହିତ ଭିତରେ ଥିବା ଅମ୍ଳତା ସମସ୍ୟାକୁ ମଧ୍ୟ ସମାପ୍ତ କରିଥାଏ ।

କୋଷ୍ଠକାଠିନ୍ୟରୁ ଦେଇଥାଏ ମୁକ୍ତି – କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ଗୋଲମରିଚ ଖାଇବା ଅତ୍ୟନ୍ତ ଭଲ ।ତେବେ କୋଷ୍ଠକାଠିନ୍ୟରୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ କପ୍ ପାଣିରେ ଲେମ୍ବୁ ରସ, ଗୋଲମରିଚ ଗୁଣ୍ଡ ଏବଂ ଲୁଣ ମିଶାଇ ଏହାକୁ ପିଇବା ଦ୍ୱାରା କିଛି ଦିନ ମଧ୍ୟରେ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ସମସ୍ୟାଦୂର ହୋଇଥାଏ ।

ଥଣ୍ଡାରୁ ମୁକ୍ତି ଦେଇଥାଏ – ଆପଣଙ୍କୁ ବାରମ୍ବାର ଥଣ୍ଡା ହେଉଥିଲେ । ତେବେ ପ୍ରତିଦିନ ଗୋଲ ମରିଚ ସଂଖ୍ୟାକୁ ଏକରୁ ପନ୍ଦର ପର୍ଯ୍ୟନ୍ତ ବୃଦ୍ଧି କରି ଖାଇବା ଆରମ୍ଭ କରନ୍ତୁ ଏବଂ ତା’ପରେ ପ୍ରତିଦିନ ପନ୍ଦରରୁ ଏକକୁ ହ୍ରାସ କରନ୍ତୁ । ଗରମ କ୍ଷୀରରେ ମିଶ୍ରିତ ଗୋଲମରିଚ ମିଶାଇ ପିଇବା ଦ୍ୱାରା ଥଣ୍ଡାରୁ ଆରାମ ଦେଇଥାଏ । ଏହା ବ୍ୟତୀତ, ଏହା କରିବା ଦ୍ୱାରା ଆପଣ ଥଣ୍ଡା ସମସ୍ୟାରୁ ମୁକ୍ତି ପାଇପାରିବେ ।

ଚର୍ବି କମାଇଥାଏ – ଗୋଲମରିଚକୁ ଉଷୁମ ପାଣି ସହିତ ଖାଇବା ଦ୍ୱାରା ଶରୀରରେ ଅତ୍ୟଧିକ ଚର୍ବିକୁ ହ୍ରାସ କରିଥାଏ ।