Odia News Portal

ବଦଳିଲା ଭୁବନେଶ୍ୱର-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ନାଁ

 ଭୁବନେଶ୍ବର- ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ନାମ ବଦଳିଛି। ଭୁବନେଶ୍ବର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ ଭାବରେ ଏହାର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ ନିୟମିତ ଚଳାଚଳ କରିବ। ପୂର୍ବରୁ ଏଲଏଚବି କୋଚ୍ ବଦଳରେ ଏଣିକି ତେଜସ୍ ରେକ୍ ସହିତ ସେବା ଆରମ୍ଭ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ତେଜସ୍ କୋଚ ସହିତ ସମ୍ବଲପୁର ମାର୍ଗ ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଯାତ୍ରୀଙ୍କୁ ଆଧୁନିକ ସୁବିଧା ଯୋଗାଇବ। ଶନିବାର ଏହା ଭୁବନେଶ୍ୱର ରେଳ ଷ୍ଟେସନରୁ ନିୟମିତ ସେବା ଆରମ୍ଭ କରିଛି। ଅନ୍ୟ ମାର୍ଗ ଦେଇ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସ ରେଳ ଗୁଡ଼ିକରେ ଖୁବ ଶୀଘ୍ର ପର୍ଯ୍ୟାୟକ୍ରମେ କିଛି ଦିନ ବ୍ୟବଧାନରେ ତେଜସ ରେକ ଖୁବ୍ ଶୀଘ୍ର ପ୍ରଚଳନ କରାଯିବ।