ମାଲକାନଗିରି: ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ସଂଗଠନ ସୁଦୃଢ଼ କରିଛି ବିଜେଡ଼ି । ନିକଟରେ ୩୦ଟି ଯାକ ଜିଲ୍ଲା ଲାଗି ପର୍ଯବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ତୃଣମୂଳ ସ୍ତରର କର୍ମୀଙ୍କ ସହ ଆଲୋଚନା କରିଛନ୍ତି ଯାଜପୁର ବିଧାୟକ ତଥା ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ପ୍ରଣବ ପ୍ରକାଶ ଦାସ ବା ବବି ଭାଇ । ମାଲକାନଗିରି ଜିଲ୍ଲାର ତୃଣମୂଳ ସ୍ତରର କର୍ମୀଙ୍କ ସହ ଆଲୋଚନା କରିଛନ୍ତି ବବି । ଯୁବକଙ୍କଠାରୁ ଆରମ୍ଭ କରି ବୟଜ୍ୟେଷ୍ଠ କର୍ମୀ ସମସ୍ତଙ୍କ ସହ ଆଲୋଚନା କରିଛନ୍ତି ।

ଛାତ୍ର ନେତାଙ୍କ ସହ ମିଶି ଆଲୋଚନ ମଧ୍ୟ କରିଛନ୍ତି ବବି । ଲୋକଙ୍କ ଦୁଃଖ ସୁଖରେ ସହାୟ ହୋବ ସହ ସମସ୍ତଙ୍କୁ ସହଯୋଗ କରିବା ଲାଗି ଉପଦେଶ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । ସେପଟେ ବବିଙ୍କ ଆଲୋଚନା କରୁଥିବାର ଫଟୋ ବିଜେଡି ଶିବିରରେ ବୁଲୁଥିବା ବେଳେ ବିରୋଧୀଙ୍କ ମଧ୍ୟରେ ହଟ୍ଟଚମଟ ସୃଷ୍ଟି ହୋଇଛି ।