Recover your password.
A password will be e-mailed to you.
ଭୁବନେଶ୍ୱର() ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମୀକ୍ଷା କରିଛନ୍ତି ।
ସମୀକ୍ଷା ପରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଗତ ୩ ଦିନରେ ମାଲକାନଗିରିରେ ସର୍ବାଧିକ ୪୬୩.୨ ମିମି ବର୍ଷା ହୋଇଛି । କିଛି କିଛି ଖାଲୁଆ ଅଞ୍ଚଳରେ ପାଣି ଜମିଥିଲା । ଏବେ ସ୍ଥିତି ସ୍ୱାଭାବିକ ରହିଛି । କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନେ ଖୁବଶୀଘ୍ର ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ରିପୋର୍ଟ ଦେବେ ।
ଏହାଛଡ଼ା ୨୪ ଘଣ୍ଟା ଆଲର୍ଟ ରହିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଆସନ୍ତା ୧୯ରେ ଆଉ ଏକ ଲଘୁଚାପ ଆସିବାର ଅଛି । ଏନେଇ ସ୍ପଷ୍ଟ ହେଲେ ବ୍ୟବସ୍ଥା ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।
Recover your password.
A password will be e-mailed to you.