Odia News Portal

ଶପଥନେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଶପଥ ଗ୍ରହଣ କରିଛନ୍ତି ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ସେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି । ଆଜି ରାଷ୍ଟ୍ରପତିଙ୍କ ସମ୍ମୁଖରେ ଶପଥ ଗ୍ରହଣ କରିଥିବା ଦେଖିବାକୁ ମିଳିଛି ।

ଗଠନ ହେଲା ମୋଦିଙ୍କ ନୂଆ ଟିମ୍ । ପ୍ରକାଶ ପାଇଲା ମନ୍ତ୍ରୀ ନାମ । ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ଟିମରେ ସାମିଲ କରାଯାଇଛି । ଅଶ୍ୱିନୀ ବିଜେପି ପ୍ରାର୍ଥୀ ହୋଇଥିଲେ ସୁଦ୍ଧା ବିଜେଡି ସମର୍ଥିତ ଭାବେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଉଚ୍ଚ ଶିକ୍ଷିତ ଅବସର ପ୍ରାପ୍ତ ଏହି ଆଏସ ଅଫିସରଙ୍କ ରାଜନୀତିକି କ୍ୟାରିୟରକୁ ନେଇ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥାଏ । ତେବେ ଯଦି ଆମେ ତାଙ୍କ ଜୀବନୀ ବିଷୟରେ କହିବା ବେଳେ ତେବେ ୧୯୭୦ ମସିହାରେ ରାଜସ୍ଥାନର ଯୋଧପୁର ଜନ୍ମଗ୍ରହଣ କରିଛନ୍ତି ଅଶ୍ୱିନୀ । ଜଣେ ମେଧାବୀ ଛାତ୍ର ହିସାବରେ ସ୍କୁଲରେ ସେ ସବୁବେଳେ ଆଗରେ ରହିଥାନ୍ତି । ୧୯୯୨ ମସିହାରେ ରାଜସ୍ଥାନର ଜୟନାରାୟଣ ଭିୟାଇଏସ ବିଶ୍ୱ ବିଦ୍ୟାଳୟରେ ନିଜର ଗ୍ରାଜୁଏସନ ଶେଷ କରିଛନ୍ତି । ସେ ଇଲେକଟ୍ରନିକ୍ସ ଓ ଯୋଗାଯୋଗ ଇଞ୍ଜିନିୟରିଂରେ ଗୋଲ୍ଡ ମେଡାଲ ପାଇଛନ୍ତି । ୧୯୯୪ ମସିହାରେ ଆଇଆଇଟି କାନପୁରରେ ଏମଟେକ କମ୍ପିଟ କରିବା ସହ ଅଲ ଇଣ୍ଡିଆ ର‌୍ୟାଙ୍କରେ ୨୭ ନମ୍ବରରେ ରହିଥିଲେ । ଏହାପରେ ଏମବିଏ ପାଠ ପଢ଼ା ସାରିଛନ୍ତି ।

ଯଦି ଆମେ ତାଙ୍କ ଚାକିରୀ କଥା କହିବା ତେବେ ସେ ୨୦୦୩ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟ୍ଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟାଳୟରେ ଡେପୁଟି ସେକ୍ରେଟେରୀ ଭାବେ ନିଯୁକ୍ତି ପାଇଥିଲେ । ସେ ଅଳ୍ପ କିଛିଦିନ ଲାଗି କାର୍ଯ୍ୟାଳୟରେ କାମ କରିଥିଲେ । ୨୦୦୪ରେ ବିଜେପି ହାରିବା ପରେ ତାଙ୍କୁ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ଦିଆଯାଇଥିଲା । ଏହାପରେ ୨୦୦୬ ମସିହାରେ ସେ ମୁରମଗାଓଁରେ ପୋର୍ଟ ଟ୍ରଷ୍ଟର ଡେପୁଟି ଚେୟାରମ୍ୟାନ ଭାବେ କାର୍ଯ୍ୟ କରିଛନ୍ତି । ୨ ବର୍ଷ ସେଠାରେ କାର୍ଯ୍ୟ କରିଛନ୍ତିି । ୨୦୧୨ ମସିହାରେ ସେ କର୍ପୋରେଟର ସେକ୍ଟର ଛାଡ଼ି ଗୁଜୁରାଟରେ ଅଟୋ ଲିଜିଷ୍ଟିକ ପ୍ରାଇଭେଟ ଲିମିଟେଡ ନାମରେ ଅଟୋବୋଇଲ୍ସ କମ୍ପାନୀ ଖୋଲିଥିଲେ । ତେବେ ଯଦି ଓଡ଼ିଶା ସହ ତାଙ୍କ ସମ୍ପର୍କ ଦେଖିବା ତେବେ ସେ ୧୯୯୯ ମସିହା ବାତ୍ୟା ପୂର୍ବରୁ ଆମେରିକାର ନୌସେନା ୱେବସାଇଟରୁ ଏହି ଘୁର୍ଣ୍ଣବଳୟର ପଥ ଅନୁସନ୍ଧାନ କରିଥିଲେ । ଘଂଟାପ୍ରତି ବେଗ ଜାଣି ମୁଖ୍ୟ ସଚିବଙ୍କୁ ରିପୋର୍ଟ ପଠାଉଥିଲେ । ଯାହାଦ୍ୱାରା ଅନେକଙ୍କ ଜୀବନ ମଧ୍ୟ ବଂଚି ଯାଇଥିଲା । ଏହାସହ ସେ କଟକ ଓ ବାଲେଶ୍ୱରରେ କଲେକ୍ଟର ଭାବେ କାର୍ଯ୍ୟ କରିଛନ୍ତି । ରିଲିଫ ବଂଟନ,ପୁନର୍ବାସ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଲାଗି ଜାତୀୟ ମାନବିଧିକାରରେ ମଧ୍ୟ ବୈଷ୍ଣବଙ୍କ ରେକର୍ଡ ରହିଛି । ବାଜପେୟୀଙ୍କ ସହ କାର୍ଯ୍ୟ କରିବା ଦିନଠାରୁ ଅଶ୍ୱିନୀ ବିଜେପି ସହ ଜଡିତ । ରାଜ୍ୟର ପୂର୍ବତନ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ ବୈଷ୍ଣବ । ବିଜେପି ଯୋଗ ଦେବା ପରେ ରାଜ୍ୟ ରାଜନୀତିରେ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା । ତେବେ ୨୦୧୯ ସାଧାରଣ ନିର୍ବାଚନରେ ଯେତେବେଳେ ଖଣ୍ଡପଡ଼ା ବିଧାୟକ ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜୟୀ ହେଲେ ତାଙ୍କ ସ୍ଥ୍‌ାନରେ ରାଜ୍ୟସଭା ସାଂସଦ ପଦ ଖାଲି ପଡ଼ିଥିଲା । ସୌମ୍ୟଙ୍କ ସ୍ଥାନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସବୁଠାରୁ ବଡ଼ ହେଉଛି ଅଶ୍ୱିନୀଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । କିନ୍ତୁ ଶେଷରେ ବିଜେଡି ମଧ୍ୟ ତାଙ୍କୁ ସମର୍ଥନ କରିବା ପରେ ସେ ରାଜ୍ୟସଭାକୁ ଯାଇଛନ୍ତି । ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଯାଇ ଭେଟିଥିଲେ ଅଶ୍ୱିନୀ । ଆଉ ଏବେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପରେ ଓଡ଼ିଶା ବିଜେପି ଶିବିରରେ ଖୁସି ଦେଖିବାକୁ ମିଳିଛି । ସେପଟେ ଅଶ୍ୱିନୀଙ୍କ ନିକଟକୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି ।