ଗତକାଲି ସନ୍ଧ୍ୟାରେ ବରଗଡ଼ ସହର ନିଶାମଣି ପଡିଆ ନିକଟରେ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ମାରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଆହତ ଯୁବକ ଜଗନ୍ନାଥ କର୍ଣ୍ଣ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଅପର ପକ୍ଷରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ପୋଲିସ କୁ ଏକ ଖୋଖା ମିଳିଛି ।
ଏନେଇ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଘଟଣା ଉପରେ ତଦନ୍ତ କରିବା ସହିତ ସଂପୃକ୍ତ ୨ଜଣ ଯୁବକ ଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ବରଗଡ଼ ଏସ. ପି. ପ୍ରହଲ୍ଲାଦ ସାହାଇ ମିନା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଆହତ ଜଗନ୍ନାଥ କର୍ଣ୍ଣ ତାଙ୍କ ଜଣେ ସାଙ୍ଗ ଲକ୍ଷ୍ମଣ ସାହୁ ଙ୍କ ସହ ଏକ ଠେଲା ଦୋକାନ କୁ ଆସିଥିଲେ । ଅତର୍କିତ ସେଠାକୁ ୨୦ ରୁ ଅଧିକ ଯୁବକ ହାତରେ ଭୁଜାଲି, ଖଣ୍ଡା ପ୍ରଭୃତି ମାରଣାସ୍ତ୍ର ଧରି ପହଂଚି ଜଗନ୍ନାଥ ଉପରେ ଆକ୍ରମଣ କରିଥିଲେ ।
ଏବଂ ୨ରାଉଣ୍ଡ ଗୁଳି ଚଳାଇଥିଲେ । ଘଟଣା ରେ ଆଠ ଜଣଙ୍କ ନାମରେ ଅଭିଯୋଗ ହୋଇଥିବା ବେଲେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଏସ. ପି. ସୂଚନା ଦେଇଛନ୍ତି ।